Latest Odisha News

BREAKING NEWS

ସେପ୍ଟେମ୍ବର-ଅକ୍ଟୋବର ବେଳକୁ ଆସିପାରେ ତୃତୀୟ ଲହର; ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଏମ୍ସର ନିର୍ଦ୍ଦେଶକ ଡା.ରଣଦୀପ ଗୁଲେରିଆ କହିଛନ୍ତି ଯେ ସେପ୍ଟେମ୍ବର-ଅକ୍ଟୋବରରେ ଭାରତରେ ଅବଶ୍ୟମ୍ଭାବୀ ତୃତୀୟ ତରଙ୍ଗର ପ୍ରଭାବ ବଢିପାରେ। ଏହାର ପ୍ରଭାବ ପ୍ରକୋପ ଦ୍ବିତୀୟ ତରଙ୍ଗ ତୁଳନାରେ କମ୍ ହୋଇପାରେ ବୋଲି ଜଣାପଡ଼ିଛି। ଚତୁର୍ଥ ସେରୋ ସର୍ଭେରୁ ଏହା ଜଣାପଡିଛି।

ଡା. ଗୁଲେରିଆ କହିଛନ୍ତି ଯେ ରାଜ୍ୟଗୁଡ଼ିକରେ କରୋନା କଟକଣା କୋହଳ କରାଯାଉଛି। ଲୋକମାନେ ଯଦି କରୋନା ନିୟମାବଳୀ ସଠିକ୍‌ ଭାବେ ପାଳନ ନକରନ୍ତି ସେପ୍ଟେମ୍ବର-ଅକ୍ଟୋବର ବେଳକୁ ଦେଶକୁ ତୃତୀୟ ତରଙ୍ଗର ସମ୍ଭାବନା ଅଧିକ ରହିଛି ।

ଏହି ସମ୍ଭାବ୍ୟ ତୃତୀୟ ତରଙ୍ଗ ପିଲାମାନଙ୍କୁ ଅଧିକ ପ୍ରଭାବିତ କରି ନପାରେ ବୋଲି ପୂର୍ବରୁ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

ସେ ଆହୁରି ମଧ୍ୟ ଜୋର ଦେଇଛନ୍ତି ଯେ ସେରୋସର୍ଭେ ଏବଂ ଅନ୍ୟାନ୍ୟ ଅଧ୍ୟୟନରୁ ଜଣାପଡିଛି ଯେ ୫୦ରୁ ୬୦ ପ୍ରତିଶତ ଆଣ୍ଟିବଡି ବିକଶିତ କରିଛନ୍ତି।

ଏମ୍ସ ନିର୍ଦ୍ଦେଶକ କହିଛନ୍ତି ଯେ ପିଲାମାନଙ୍କ ଲାଗି ଟିକା ଖୁବ୍‌ ଶୀଘ୍ର ଉପଲବ୍ଧ ହୋଇପାରେ। ଡକ୍ଟର ଗୁଲେରିଆ କହିଛନ୍ତି ଯେ ଜାଇଡସ୍ ପରୀକ୍ଷା ସମାପ୍ତ କରିଥିବାରୁ ସେପ୍ଟେମ୍ବରରେ ଏହା ଲଞ୍ଚ ହେବାର ସମ୍ଭାବନା ଅଧିକ।

ଆଇସିଏମଆର ପୂର୍ବାନୁମାନ କରିଛି ଯେ ଅଗଷ୍ଟ ଶେଷ ସୁଦ୍ଧା ତୃତୀୟ ତରଙ୍ଗ ଭାରତକୁ ଆସିବାର ସମ୍ଭାବନା ରହିଛି ଏବଂ ଏହା ଅପରିହାର୍ଯ୍ୟ ନୁହେଁ।

Comments are closed.