Latest Odisha News

BREAKING NEWS

ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟରେ ଶିଖର ଛୁଇଁପାରେ କରୋନା ତୃତୀୟ ଲହର

ଭୁବନେଶ୍ୱର: ଜାନୁଆରୀ ଶେଷ ସୁଦ୍ଧା ଓଡ଼ିଶାରେ କରୋନା ତୃତୀୟ ତରଙ୍ଗ ଶିଖର ଛୁଇଁପାରେ ବୋଲି ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର ସୋମବାର କହିଛନ୍ତି।

ସେ କହିଛନ୍ତି, ” ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ଯେ ଜାନୁଆରୀ ୧୫ ସୁଦ୍ଧା ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ମାମଲା ସର୍ବାଧିକ ହେବାର ସମ୍ଭାବନା ରହିଛି। ସେହି ଅନୁଯାୟୀ ଆସନ୍ତା ୧୦ ରୁ ୧୫ ଦିନ ମଧ୍ୟରେ ଓଡିଶାରେ ତୃତୀୟ ତରଙ୍ଗର ଶିଖର ଛୁଇଁପାରେ।”

ରାଜ୍ୟରେ ଏହି ମାରାତ୍ମକ ଭୂତାଣୁ ବ୍ୟାପିବାରେ ଲାଗିଛି ବୋଲି ମହାପାତ୍ର କହିଛନ୍ତି। ୪ରୁ ୫ ଟି ଜିଲ୍ଲାରେ ପଜିଟିଭିଟି ହାର ଅଧିକ ରହିଛି।

ସେ କହିଛନ୍ତି ଯେ କରୋନା ପରୀକ୍ଷା ଏବଂ ଟିକାକରଣ ବୃଦ୍ଧି କରାଯାଇଛି ଏବଂ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଜୋରଦାର ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସଂକ୍ରମଣ କ୍ଷୀପ୍ର ବେଗରେ ବଢୁଥିବାରୁ ଲୋକମାନେ ପରିସ୍ଥିତିକୁ ହାଲୁକା ଭାବରେ ଗ୍ରହଣ କରିବା ଉଚିତ୍ ନୁହେଁ।

ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟାରେ ୪୮୨୯ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଛି।

Comments are closed.