Latest Odisha News

BREAKING NEWS

ସ୍ତ୍ରୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ବାଲେଶ୍ୱର ଜିଲ୍ଲା ଜଜ୍

ବାଲେଶ୍ୱର: ବହୁଚର୍ଚ୍ଚିତ ବାଲେଶ୍ୱର ଖନ୍ତାପଡା ସୁକାନ୍ତି ନାୟକ ହତ୍ୟା ମାମଲାର ରାୟ ଶୁଣାଇଲେ ମାନ୍ୟବର ଜିଲ୍ଲା ଜଜ୍ । ସ୍ତ୍ରୀହନ୍ତା ସ୍ୱାମୀ ତଥା ଅଭିଯୁକ୍ତ ଯଦୁନାଥ ନାୟକଙ୍କୁ ମିଳିଲା ଜରିମାନା ସହ ଆଜୀବନ କାରାଦଣ୍ଡାଦେଶ ।

୨୦୧୬, ଅଗଷ୍ଟ ୨୦ ତାରିଖ । ଖନ୍ତାପଡା ଥାନା ଅନ୍ତର୍ଗତ ମାଣକାହାଣୀ ଗାଁରେ ସୁକାନ୍ତି ନାୟକ ନାମକ ଜଣେ ବିବାହିତା ମହିଳାଙ୍କୁ ଯୌତୁକ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ମୃତକଙ୍କ ଭାଇ ମୁକ୍ତିକାନ୍ତ ଦାସ ଭଉଣୀର ଶ୍ୱଶୁର ଘର ପରିବାର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ । ପରେ ମୁକ୍ତିକାନ୍ତ ଦାସ ସୁକାନ୍ତିଙ୍କ ସ୍ୱାମୀ ଯଦୁନାଥ ନାୟକ, ଶ୍ୱଶୁର ଜଳଧର ନାୟକ, ଶାଶୁ ସରସ୍ୱତୀ ନାୟକଙ୍କ ସମେତ ପରିବାରର ଅନ୍ୟ ୫ଜଣଙ୍କ ବିରୋଧରେ ଖନ୍ତାପଡା ଥାନାରେ ଏତଲା ଦେଇଥିଲେ ।

ଏତଲାକୁ ଆଧାର କରି ପୋଲିସ ପ୍ରମାଣ ଯୋଗାଡ କରିବା ସହ ଅଭିଯୁକ୍ତ ଜଗନ୍ନାଥ ନାୟକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା । ଏହି ମାମଲା ମାନ୍ୟବର ଜିଲ୍ଲା ଜଜ୍‌ଙ୍କ ଅଦକ୍ତରେ ବିରଚାଧୀନ ରହିଥିଲା । ଶେଷରେ ଆଜି ପୂର୍ବାହ୍ନରେ ମାନ୍ୟବର ଜିଲ୍ଲା ଜଜ୍ ଭଗବାନ ପ୍ରଧାନ ସମସ୍ତ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ଯଦୁନାଥଙ୍କୁ ଧାରା ୩୦୨ ଅଧିନରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ । ତା ଛଡା ଜରିମାନା ବାବଦକୁ ୫ ହଜାର ଟଙ୍କା ନଦେଇପାରିଲେ, ଅଧିକ ୩ ମାସ କାରାଦଣ୍ଡ ନେଇ ରାୟରେ ଶୁଣାଣି କରିଥିଲେ ।

ସରକାରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ତଥା ପବ୍ଲିକ ପ୍ରସିକ୍ୟୁଟର୍ ପ୍ରଶାନ୍ତ କୁମାର ମଲ୍ଲିକ ଏହି ମାମଲା ପରିଚାଳନା କରୁଥିଲେ । ସେହିଭଳି ଜିଲ୍ଲା ଜଜ୍‌ଙ୍କ ଶୁଣାଣି ପୂର୍ବରୁ ଅଭିଯୁକ୍ତ ଜଗନ୍ନାଥ ବାଲେଶ୍ୱର ଜିଲ୍ଲା କାରାଗାରରେ ବିଚରାଧୀନ କଏଦୀ ଭାବେ ରହିଆସିଛି ।

Comments are closed, but trackbacks and pingbacks are open.