Latest Odisha News

BREAKING NEWS

କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ସୋନପୁରର ଏହି ସହର

ସୋନପୁର: ସୋନପୁରରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ସ୍ଥାନୀୟ ଅଞ୍ଚଳରୁ ପଜିଟିଭ ଚିହ୍ନଟ ହେବା ପରେ ସୋନପୁର ସହରର ଠାକୁରାଣୀ ପଡାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରେ ପରିବହନ କାର୍ଯ୍ୟାଳୟ ଯାଏଁ, ପଶ୍ଚିମରେ ସାକ୍ଷୀ ସେଣ୍ଟର ଯାଏଁ, ଉତ୍ତରରେ ଲୁଲୁ ପଡିଆ ଓ ଦକ୍ଷିଣରେ ଠାକୁରାଣୀ ମନ୍ଦିର ଯାଏଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

ଏହି ଅଞ୍ଚଳରୁ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଗାମୀ ୧୦ଦିନ ପାଇଁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି । କଟକଣା କଡାକଡି ପାଳନ ହେଉଛି କି ନାହିଁ ତଦାରଖ କରିବାକୁ ୫ ଜଣ ଅଧିକାରୀଙ୍କୁ ଦାୟିତ୍ୱ ମଧ୍ୟ ଦିଆଯାଇଛି ।

Leave A Reply

Your email address will not be published.