ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଏଥର ଆଇପିଏଲରେ ଜବରଦସ୍ତ ଫର୍ମରେ ରହିଛନ୍ତି । ସେ ସମ୍ପୂର୍ଣ୍ଣ ନୂତନ ଶୈଳୀରେ ବୋଲିଂ କରୁଛନ୍ତି ବୋଲି ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର କହିଛନ୍ତି । କୋହଲି ସାଧାରଣତଃ ବଡ ଶଟ ଇନିଂସର ଶେଷ ଭାଗରେ ମାରିବାକୁ ଚେଷ୍ଟା କରିଥାନ୍ତି । ଏବେ କିନ୍ତୁ ସେ ପ୍ରଥମ ବଲରୁ ଉଚ୍ଚା ଶଟ ଖେଳୁଛନ୍ତି । ଯାହା ତାଙ୍କୁ ଫାଇଦାରେ ରଖୁଛି । ତାଙ୍କର ଏହି ରଣନୀତି ବୋଲରମାନଙ୍କୁ ଚିନ୍ତାରେ ପକାଇବ ବୋଲି ଗାଭାସ୍କର କହିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୨୨୧ ରନର ବିଶାଳ ସ୍କୋର କରିଥିଲା ।
କୋହଲି ୬୭ ଏବଂ ଅଧିନାୟକ ରଜତ ପାଟୀଦାର ୬୪ ରନର ଇନିଂସ ଖେଳିଥିଲେ । ପୂର୍ବରୁ ବୋଲର କୋହଲିଙ୍କ ପାଇଁ କଭା ଡ୍ରାଇଭ ଓ ଫ୍ଲିକ୍ସ ପାଇଁ ଫିଲ୍ଡର ରଖୁଥିଲେ । ଏବେ କୋହଲି ମୁଣ୍ଡ ଉପରେ ଶଟ ମାରିବା ଖେଳିବା ଯୋଗୁ ବୋଲରମାନେ ଦ୍ୱନ୍ଦ୍ୱରେ ରହିଛନ୍ତି । ଏହି ଅବସରରେ ରୋହିତ ଶର୍ମାଙ୍କୁ ଶଟ ଖେଳିବା ବେଳେ ଦାୟିତ୍ୱ ସହକାରେ ଖେଳିବା ପାଇଁ ପରାମର୍ଶ ଦେଇଛନ୍ତି । ପୂର୍ବରୁ କୋହଲିଙ୍କ ପ୍ରଦର୍ଶନକୁ ଗାଭାସ୍କର କଡା ସମାଲୋଚନା କରୁଥିଲେ । ବର୍ଡର-ଗାଭାସ୍କର ଟ୍ରଫି ଅବସରରେ ବାରମ୍ବାର ଅଫ ସାଇଡରେ କୋହଲି ଆଉଟ ହେବା ହେବା ଯୋଗୁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।
Comments are closed.