Latest Odisha News

BREAKING NEWS

ଇଣ୍ଟରନେଟ୍‌ ସେନ୍ସେସନ ପାଲଟିଛି କୋଲକାତାର ୱାର୍ଲ୍ଡସ୍‌ ବିଗେଷ୍ଟ ‘ଚିକେନ୍ ଏଗ୍‌‌ ରୋଲ୍‌’

କୋଲକାତା: ଦୁନିଆର ସବୁଠୁ ବଡ଼ ଚିକେନ୍ ଏଗ୍‌ ରୋଲ୍‌ ଖାଇବାକୁ ଚାହାନ୍ତି କି, ତେବେ ଆପଣ କୋଲକାତାକୁ ଯାଇ ଏହାର ସ୍ବାଦ ନେଇପାରିବେ। କୋଲକାତାର ଗାରିଆରେ ପ୍ରସ୍ତୁତ ହୋଇଥିବା ଏକ ଚିକେନ୍ ଏଗ୍‌‌ ରୋଲ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ‘ଦୁନିଆର ସବୁଠୁ ବଡ’ ଚିକେନ୍ ଏଗ୍‌ ରୋଲ୍ ବୋଲି ମଧ୍ୟ କୁହାଯାଉଛି।

ଇନଷ୍ଟାଗ୍ରାମରେ ଇଣ୍ଡିଆ ଇଟ୍ ମାନିଆ ନାମକ ଏକ ଆକାଉଣ୍ଟ୍ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ନୂତନ ଭିଡିଓରେ ଜଣେ ବ୍ୟକ୍ତି ଚାରୋଟି ଲଛ୍ଛା ପରଟାକୁ ମିଶାଇ ପ୍ରାୟ ୨୩-୨୬ ଇଞ୍ଚର ଏକ ବଡ଼ ରୋଲ୍ ପ୍ରସ୍ତୁତ କରିଥିବା ଦେଖିବାକୁ ମିଳିଛି।

ତିନୋଟି ଅଣ୍ଡାର ମିଶ୍ରଣରେ ବେସ୍ ପ୍ରସ୍ତୁତ କରିବା ପରେ, ସେଥିରେ ବିଭିନ୍ନ ପନିପରିବା, ମଟନ୍ କବାବ୍, ସୋୟା ଚାପ୍, ମଟନ୍ ସାମି କବାବ୍, ପନିର୍ ଟିକ୍କା ଏବଂ ଚିକେନ୍ କବାବ୍ ଗୁଡ଼ିକୁ ରୋଲ୍‌ରେ ଭରିବା ପାଇଁ ବ୍ୟବହାର କରାଯାଇଛି।

ଶେଷରେ କଟା ପିଆଜ, ଟମାଟୋ କେଚପ୍, ଗ୍ରୀନ୍‌ ଚିଲି ସସ୍, ମସାଲା, ମାୟୋନିଜ୍, ଲେମ୍ବୁ ରସ, ଏବଂ ବହୁ ପରିମାଣର ପନିର ସହିତ ଏହି ରୋଲ୍‌କୁ ସଜାଯାଇଛି। ଏହାକୁ ପ୍ରସ୍ତୁତ କରିବା ପାଇଁ ଚାରି ଜଣଙ୍କ ସହାୟତା ଲୋଡାଯାଇଥିବା ବ୍ୟକ୍ତି ଜଣକ ଭିଡିଓରେ କହିଛନ୍ତି। ଏହାର ମୂଲ୍ୟ ପ୍ରାୟ ୩୪୯ ଟଙ୍କା ରଖାଯାଇଛି।

Leave A Reply

Your email address will not be published.