Latest Odisha News

BREAKING NEWS

ଅର୍ଣ୍ଣବଙ୍କୁ ଉଠାଇ ନେଲା ମୁମ୍ବାଇ ପୋଲିସ, କଡା ନିନ୍ଦା କଲେ କେନ୍ଦ୍ର ମନ୍ତ୍ରୀ

ମୁମ୍ବାଇ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଆଜି ସକାଳୁ ଉଠାଇ ନେଇଛି ମୁମ୍ବାଇ ପୋଲିସ । ବିନା ନୋଟିସରେ ପୋଲିସର ୧୦ରୁ ଅଧିକ ଅଧିକାରୀ ତାଙ୍କ ଘରେ ପଶି ଜୋର ଜବରଦସ୍ତ ତାଙ୍କୁ ଉଠାଇ ନେଇଥିବା ଜଣାପଡିଛି । ୨୦୧୮ର ଏକ ମାମଲାରେ ଅର୍ଣ୍ଣବଙ୍କୁ ଗିରଫ କରାଯାଇଥିବା ମୁମ୍ବାଇ ପୁଲିସ୍ ପକ୍ଷରୁ କୁହାଯାଇଛି।

ତେବେ ଏହି ଘଟଣାକୁ ନେଇ ଦୃଢ଼ ନିନ୍ଦା କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଏହାଦ୍ୱାରା ଗଣତନ୍ତ୍ରର କଣ୍ଠରୋଧ କରାଯାଉଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର। ଏହା ଜରୁରୀକାଳୀନ ପରିସ୍ଥିତିର ଚିତ୍ରକୁ ପୁଣି ଥରେ ମନେ ପକାଇ ଦେବା ସହ ଗଣତନ୍ତ୍ରର ସ୍ୱାଧୀନତା ପ୍ରତି କୁଠାରଘାତ ବୋଲି କହି ମହାରାଷ୍ଟ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେହିପରି କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ମଧ୍ୟ ମୁମ୍ବାଇ ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି । ଏଥିସହ ମହାରାଷ୍ଟ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

ସୂଚନାଯୋଗ୍ୟ,  ଦରମା ନ ମିଳିବା କାରଣରୁ ଅର୍ଣ୍ଣବଙ୍କ ଚ୍ୟାନେଲରେ କାମ କରୁଥିବା ଜଣେ ଆର୍କିଟେକ ଓ ତାଙ୍କ ମା’ ୨୦୧୮ ମସିହାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଉକ୍ତ ମାମଲାର ତଦନ୍ତ ଠିକ୍‌ ଭାବେ କରାଯାଉ ନ ଥିବା ମୃତ ଆର୍କିଟେକଙ୍କ ଝିଅ ଅଭିଯୋଗ ପରେ ଗତ ମେ’ ମାସରେ ଉକ୍ତ ମାମଲାକୁ ପୁଣି ଥରେ ରିଓପନ କରାଯାଇଛି।

Comments are closed.