ନୂଆଦିଲ୍ଲୀ : ଆପଣମାନେ ମହାଭାରତ ସମ୍ପର୍କିତ କିଛି କଥା ନିଶ୍ଚିତ ଜାଣିଥିବେ । ହେଲେ ମହାଭାରତର ସବୁଠୁ ବଳଶାଳୀ ଭୀମଙ୍କ ରାକ୍ଷାସୀ ପତ୍ନୀ ହିଡିମ୍ବା ଏବେ କେଉଁଠି ଅଛନ୍ତି , ଏକଥା ଜାଣିନଥିବେ । ଆସନ୍ତୁ ଜାଣିବା ହିଡିମ୍ବା ରାକ୍ଷାସୀ ରହୁଥିବା ରାଜ୍ୟ ସମ୍ପର୍କରେ । ହିଡିମ୍ବା ରାକ୍ଷାସୀ ରହୁଥିବା ସ୍ଥାନର ନାଁ ହେଉଛି ନାଗାଲାଣ୍ଡ । ପୂର୍ବରୁ ଏହି ସ୍ଥାନର ନାମ ନାଗା ହିଲ୍ସ ବା ତୁଏନସାଙ୍ଗଳ ବୋଲି କୁହାଯାଉଥିଲା । ୧୯୬୧ ମସିହାରେ ଏହି ସ୍ଥାନର ନାମ ପରିବର୍ତ୍ତନ କରାଯାଇ ନାଗାଲାଣ୍ଡ ରଖାଯାଇଛି । ନାଗାଲାଣ୍ଡ ହେଉଛି ଏମିତି ଏକ ରାଜ୍ୟ , ଯେଉଁଠି ଗୋଟିଏ ମାତ୍ର ରେଳଷ୍ଟେସନ ଏବଂ ଗୋଟିଏ ଏୟାରପୋର୍ଟ ରହିଛି । ଦିମାପୁର ହେଉଛି ନାଗାଲାଣ୍ଡର ସବୁଠୁ ବଡ ସହର । ଏହାକୁ ନାଗାଲାଣ୍ଡର ପ୍ରବେଶ ଦ୍ବାରା କୁହାଯାଏ ।
ଦିମାପୁରରେ ମହାଭାରତର ଏୗତିହାସିକ ପ୍ରତିଛବି ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିଥାଏ । ଆଜି ବି ଏହି ସ୍ଥାନରେ ହିଡିମ୍ବାଙ୍କ ଘର ଅଛି । ଯେଉଁଠି ପଶାପାଲି ଖେଳର ଉଚ୍ଚା ଉଚ୍ଚା ଗୋଟି ପଡି ରହିଛି । ଏଥିରୁ କିଛି ଭାଙ୍ଗି ଗଲାଣି ମଧ୍ୟ । କୁହାଯାଏ ଯେ ଏହି ଗୋଟିରେ ଭୀମ ଏବଂ ତାଙ୍କ ପୁଅ ମିଶି ପଶାପାଲି ଖେଳୁଥିଲେ । ବନବାସ ସମୟରେ ପାଣ୍ଡବମାନେ ଏଠାରେ ବହୁ ସମୟ କାଟିଥିଲେ । ଦିମାପୁରକୁ ଲୋକେ ହିଡିମ୍ବାପୁର ନାମରେ ଜାଣନ୍ତି । ଏହି ସ୍ଥାନରେ ହିଡିମ୍ବା ରାକ୍ଷସୀ ଏବଂ ତାଙ୍କ ଭଉଣୀ ରହୁଥିଲେ । ସେହି ସମୟରେ ହିଡିମ୍ବା ରାକ୍ଷସୀ ଭୀମଙ୍କୁ ବିବାହ କରିଥିଲେ ।
Comments are closed.