Latest Odisha News

ଏହି ରାଜ୍ୟରେ ଅଛନ୍ତି ଭୀମଙ୍କ ପତ୍ନୀ ହିଡ଼ିମ୍ବାଙ୍କ ବଂଶଧର..

ନୂଆଦିଲ୍ଲୀ : ଆପଣମାନେ ମହାଭାରତ ସମ୍ପର୍କିତ କିଛି କଥା ନିଶ୍ଚିତ ଜାଣିଥିବେ । ହେଲେ ମହାଭାରତର ସବୁଠୁ ବଳଶାଳୀ ଭୀମଙ୍କ ରାକ୍ଷାସୀ ପତ୍ନୀ ହିଡିମ୍ବା ଏବେ କେଉଁଠି ଅଛନ୍ତି , ଏକଥା ଜାଣିନଥିବେ ।  ଆସନ୍ତୁ ଜାଣିବା ହିଡିମ୍ବା ରାକ୍ଷାସୀ ରହୁଥିବା ରାଜ୍ୟ ସମ୍ପର୍କରେ । ହିଡିମ୍ବା ରାକ୍ଷାସୀ ରହୁଥିବା ସ୍ଥାନର ନାଁ ହେଉଛି ନାଗାଲାଣ୍ଡ  ।  ପୂର୍ବରୁ  ଏହି ସ୍ଥାନର ନାମ  ନାଗା ହିଲ୍ସ  ବା ତୁଏନସାଙ୍ଗଳ ବୋଲି କୁହାଯାଉଥିଲା ।  ୧୯୬୧ ମସିହାରେ ଏହି ସ୍ଥାନର ନାମ ପରିବର୍ତ୍ତନ  କରାଯାଇ ନାଗାଲାଣ୍ଡ ରଖାଯାଇଛି । ନାଗାଲାଣ୍ଡ ହେଉଛି  ଏମିତି ଏକ ରାଜ୍ୟ , ଯେଉଁଠି ଗୋଟିଏ ମାତ୍ର ରେଳଷ୍ଟେସନ ଏବଂ ଗୋଟିଏ ଏୟାରପୋର୍ଟ ରହିଛି । ଦିମାପୁର ହେଉଛି ନାଗାଲାଣ୍ଡର ସବୁଠୁ ବଡ ସହର  । ଏହାକୁ ନାଗାଲାଣ୍ଡର ପ୍ରବେଶ ଦ୍ବାରା କୁହାଯାଏ  ।

ଦିମାପୁରରେ ମହାଭାରତର ଏୗତିହାସିକ ପ୍ରତିଛବି ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିଥାଏ  । ଆଜି ବି ଏହି ସ୍ଥାନରେ ହିଡିମ୍ବାଙ୍କ ଘର ଅଛି  ।  ଯେଉଁଠି ପଶାପାଲି ଖେଳର ଉଚ୍ଚା ଉଚ୍ଚା ଗୋଟି ପଡି ରହିଛି ।  ଏଥିରୁ କିଛି ଭାଙ୍ଗି ଗଲାଣି ମଧ୍ୟ ।  କୁହାଯାଏ ଯେ ଏହି ଗୋଟିରେ ଭୀମ ଏବଂ ତାଙ୍କ ପୁଅ ମିଶି ପଶାପାଲି ଖେଳୁଥିଲେ ।  ବନବାସ ସମୟରେ  ପାଣ୍ଡବମାନେ  ଏଠାରେ ବହୁ ସମୟ କାଟିଥିଲେ ।  ଦିମାପୁରକୁ ଲୋକେ  ହିଡିମ୍ବାପୁର  ନାମରେ ଜାଣନ୍ତି ।  ଏହି ସ୍ଥାନରେ ହିଡିମ୍ବା ରାକ୍ଷସୀ ଏବଂ ତାଙ୍କ ଭଉଣୀ ରହୁଥିଲେ ।  ସେହି ସମୟରେ ହିଡିମ୍ବା ରାକ୍ଷସୀ ଭୀମଙ୍କୁ ବିବାହ କରିଥିଲେ ।

Leave A Reply

Your email address will not be published.