Latest Odisha News

ଏଠାରେ କପେ ଚା’ର ଦାମ୍‌ ୧୦୦୦ ଟଙ୍କା

ନୂଆଦିଲ୍ଲୀ: ଚା ପିଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି। କପେ ଚା’ସହିତ ଅନେକ ଲୋକଙ୍କର ସକାଳ ମଧ୍ୟ ଆରମ୍ଭ ହୋଇଥାଏ। କିନ୍ତୁ ଏବେ ଆପଣ ଯାହା ଶୁଣିବାକୁ ଯାଉଛନ୍ତି ତାହା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ। ଏଠାରେ କପେ ଚା’ ପିଇବାକୁ ୧୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ହଁ ଆପଣ ଠିକ୍‌ ଶୁଣୁଛନ୍ତି। ସୂଚନା ଅନୁଯାୟୀ କୋଲକାତାରେ ଏକ ଛୋଟ ଟି ଷ୍ଟଲରେ ଏକ କପ୍‌ ଚାକୁ ୧୦୦୦ ଟଙ୍କାରେ ବିକ୍ରି କରାଯାଉଛି।

କୋଲକାତାର ବାସିନ୍ଦା ପାର୍ଥ ପ୍ରତୀମ ଗାଙ୍ଗୁଲି ମୁକୁନ୍ଦପୁରରେ ନିଜ ଚା ଷ୍ଟଲ୍ ନିର୍ଜାଶ ଆରମ୍ଭ କରିଥିଲେ ଏବଂ ପ୍ରତ୍ୟେକ କପ୍ ପାଇଁ ୧୨ ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଚା ବିକ୍ରି କରୁଛନ୍ତି।‌ ସେ ନିର୍ଜାଶରେ ପ୍ରାୟ ୧୦୦ ପ୍ରକାରର ଚା ’ ପ୍ରସ୍ତୁତ ହୋଇଥାଏ।

୧୦୦୦ ଟଙ୍କାରେ ମିଳୁଥିବା ଚାର ନାଁ ’ହେଉଛି ବୋ-ଲେ ଟି’ ଏବଂ ଏହା କିଲୋଗ୍ରାମ ପିଛା ୩ ଲକ୍ଷ ଟଙ୍କା। ସାତ ବର୍ଷ ପୂର୍ବେ ପାର୍ଥ ପ୍ରତୀମ ଗାଙ୍ଗୁଲି ଏକ କମ୍ପାନୀରେ କାମ କରୁଥିଲେ ଏବଂ ଏହା ସହିତ ଆଗକୁ ବଢିବାକୁ ଯୋଜନା କରିଥିଲେ। ତେବେ ସେ ପରେ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ ପାର୍ଥ ଏକ ନିୟମିତ ଚା ଷ୍ଟଲ୍ ଖୋଲିବାକୁ ସଂକଳ୍ପ ନେଇଥିଲେ।

ନିର୍ଜାଶ ୨୦୧୪ ରେ ଲଞ୍ଚ କରାଯାଇଥିଲା ଏବଂ ଏହା ପଶ୍ଚିମବଙ୍ଗର ରାଜଧାନୀରେ ଏକ ସୁନ୍ଦର ଲୋକପ୍ରିୟ ଚା ଷ୍ଟଲ୍ ଭାବେ ଜଣାଶୁଣା।

Leave A Reply

Your email address will not be published.