Latest Odisha News

ନୟାଗଡରେ କଲେଜ ଛାତ୍ରଙ୍କୁ ଆକ୍ରମଣ

ନୟାଗଡ: ପୁରୀ ଜିଲ୍ଲାର ଏସସିଏସ୍ କଲେଜରେ ପଢୁଥିବା ଜଣେ ଛାତ୍ରଙ୍କୁ କିଛି ଦୃର୍ବୁତ୍ତ ଫତେଗଡ ଅନ୍ତର୍ଗତ ପାର୍ବତୀପୁର ଗ୍ରାମରେ ବୁଧବାର ଦିନ ଆକ୍ରମଣ କରିଥିବା ବେଳେ ନୟାଗଡ ଜିଲ୍ଲା ସଦର ପୋଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି ।

ପରିବାର ସଦସ୍ୟଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ଅନୁଯାୟୀ ଲବ ମହାପାତ୍ର ଗାଁ ରାସ୍ତାରେ ଠିଆ ହୋଇଥିବା ବେଳେ କିଛି ବଦମାସ୍ ତାଙ୍କ ଉପରକୁ ଆକ୍ରମଣ କରିଥିଲେ।

ସେ ଘରେ ପହଞ୍ଚିବାରେ ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ପରେ ଗାଁ ଠାରୁ ଅନତି ଦୂରରେ ସେ କ୍ଷତାକ୍ତ ଅବସ୍ଥାରେ ପଡିଥିବା ନେଇ ପରିବାର ଲୋକେ ଦେଖିବାକୁ ପାଇଥିଲେ । ତାଙ୍କର ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ଚିକିତ୍ସା ନିମେନ୍ତ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ନେଇ ଜଣାପଡିଛି ।

ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ ଶ୍ରୀ ଲାମ୍ବା ନିକଟରେ ବେଆଇନ ଗଞ୍ଜେଇ ଚାଲାଣ ନେଇ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବିରୋଧ କରିଥିଲେ ।

Leave A Reply

Your email address will not be published.