Latest Odisha News

ସକାଳୁ କରନ୍ତୁ ଏହି ସବୁ ବ୍ୟାୟାମ: ଦିନ ସାରା ରହିବେ ସତେଜ ଆଉ ଫିଟ୍

ଭୁବନେଶ୍ବର: ଶୀତୁଆ ସକାଳେ ଉଠିବାକୁ ପ୍ରାୟତଃ ଇଚ୍ଛା ହୋଇନଥାଏ। ଯଦି ବି କୌଣସି କାର୍ଯ୍ୟ ପାଇଁ ଜଲଦି ଉଠିବାକୁ ବାଧ୍ୟ ହୋଇଥାଉ, ହେଲେ ଦିନ ସାରା ଆମକୁ ଅଳସ ଆଉ ନିଦୁଆ ନିଦୂଆ ଅନୁଭବ ହୋଇଥାଏ। ଏଭଳି ସ୍ଥଳରେ ସକାଳୁ ଉଠି ପ୍ରଥମେ ବ୍ୟାୟାମରୁ ଦିନ ଆରମ୍ଭ କରିବା ଲାଭପ୍ରଦ ହୋଇଥାଏ।

ଆଜି ଆମେ ଆପଣଙ୍କୁ କିଛି ଏମିତି ବ୍ୟାୟାମ କହିବୁ ଯାହା ସକାଳୁ କରିବା ଦ୍ୱାରା ଏହା ଆପଣଙ୍କୁ ଦିନ ସାରା ସତେଜ ରଖିବା ସହ ସବୁବେଳେ ଫିଟ୍ ମଧ୍ୟ ରଖିବ।

ଜମ୍ପିଂ ଜ୍ୟାକ୍‌ : ଏହି ବ୍ୟାୟାମରେ ହାତ ଏବଂ ଗୋଡ଼କୁ ଏକା ସାଙ୍ଗରେ ଚଉଡ଼ା କରାଯାଏ। ଏହି ବ୍ୟାୟାମକୁ ଧୀରେ ଧୀରେ କରିବେ ଏବଂ ହାତ ଉପରକୁ ଉଠାଇବା ବେଳେ ନିଶ୍ୱାସ ନେବେ ଓ ହାତ ତଳକୁ ଆଣିବା ବେଳକୁ ଶ୍ୱାସ ଛାଡ଼ିବେ। ଏହି ବ୍ୟାୟାମକୁ ଅତିକମ୍‌ରେ ୨୦ ସେକେଣ୍ଡ ଓ ଅତିବେଶିରେ ୬୦ ସେକେଣ୍ଡ ପାଇଁ କରିବେ।

ହିପ୍‌ ଟୁଇଷ୍ଟ : ଏହି ବ୍ୟାୟାମରେ ଦୁଇ ଗୋଡ଼କୁ ଯୋଡ଼ି କରି ଅଣ୍ଟାକୁ ବାମ ଓ ଦକ୍ଷିଣକୁ ଘୂରାଇବେ ଏବଂ ଜମ୍ପ କରିବେ। ଏହି ବ୍ୟାୟାମକୁ ଅତିକମ୍‌ରେ ୨୦ ସେକେଣ୍ଡ ଓ ଅତିବେଶିରେ ୬୦ ସେକେଣ୍ଡ ପାଇଁ କରିବେ। ହିପ୍‌ ଟୁଇଷ୍ଟ ବ୍ୟାୟାମ କଲାବେଳେ ନିଶ୍ୱାସ ପ୍ରଶ୍ୱାସ ସାଧାରଣ ଭାବେ ରଖିବେ।

ଲେଗ୍‌ ରେଜ୍‌ ଟୁ ଆର୍ମ ପାମ: ଏହି ବ୍ୟାୟାମରେ ଦୁଇ ହାତର ପାପୁଲିକୁ ତଳକୁ କରି ସାମ୍ନାରେ ରଖିବେ, ବାମ ଗୋଡ଼ ଓ ଡାହାଣ ଗୋଡ଼ ଗୋଟେ ପରେ ଗୋଟେ ଉଠାଇ ପାପୁଲିକୁ ଛୁଆଁଇବେ। ଏହି ବ୍ୟାୟାମ କଲାବେଳେ ଯଦି ଗୋଡ଼ ବେଶି ଉପରକୁ ଉଠାଇପାରୁ ନାହାନ୍ତି, ତେବେ ହାତ ସାମାନ୍ୟ ତଳକୁ କରିଦିଅନ୍ତୁ। ଏହି ବ୍ୟାୟାମକୁ ଅତିକମ୍‌ରେ ୨୦ ସେକେଣ୍ଡ ଓ ଅତିବେଶିରେ ୬୦ ସେକେଣ୍ଡ ପାଇଁ କରିବେ।

ବରପି : ବରପି କରିବା ଦ୍ଵାରା ସମଗ୍ର ଶରୀରର ବ୍ୟାୟାମ ହୋଇଯାଏ। ଏହା ସମଗ୍ର ଶରୀରର ମାଂସପେଶୀ ଉପରେ ପ୍ରଭାବ ପକାଇଥାଏ। ଏହି ବ୍ୟାୟାମକୁ ପ୍ରଥମେ ଧୀରେ ଧୀରେ କରିବେ ଓ ପରେ ଏହାର ବେଗ ବଢ଼ାଇବେ। ଏହି ବ୍ୟାୟାମକୁ ମଧ୍ୟ ଅତିକମ୍‌ରେ ୨୦ ସେକେଣ୍ଡ ପାଇଁ ଓ ଅତିବେଶିରେ ୬୦ ସେକେଣ୍ଡ ପାଇଁ କରିବେ।

 

ତେବେ କହୀରଖୁଛୁ, ଶାରୀରିକ ସମସ୍ୟା ଥିଲେ ଏହି ବ୍ୟାୟାମ କରିବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରାଇନେବା ଜରୁରୀ।

 

ଏହି ବ୍ୟାୟାମଗୁଡ଼ିକ ଆପଣ ପ୍ରତିଦିନ କରିପାରିବେ। ଏହି ବ୍ୟାୟାମକୁ ପ୍ରଥମେ ୨୦ ସେକେଣ୍ଡ ପାଇଁ କରି ୩୦ ସେକେଣ୍ଡ ବିଶ୍ରାମ କରି ପୁଣି ୨୦ ସେକେଣ୍ଡ ପାଇଁ ୪ରୁ ୫ ଥର ପୁନରାବୃର୍ତ୍ତି କରିପାରିବେ। ଏହା ପ୍ରତିଦିନ କରିବା ଦ୍ୱାରା ଆପଣଙ୍କ ଚର୍ବି କମିବ, ହୃଦସ୍ପନ୍ଦନ ବଢ଼ିବ ଓ ଷ୍ଟାମିନା ମଧ୍ୟ ବୃଦ୍ଧି ପାଇବ।

 

 

Leave A Reply

Your email address will not be published.