Latest Odisha News

BREAKING NEWS

ବ୍ରେକ ପରେ ସୋସିଆଲ ମିଡିଆକୁ ଫେରିଲେ କାଜୋଲ; ଫ୍ୟାନ୍ସ କହିଲେ ‘ ଆଉ ତୁମକୁ ବିଶ୍ୱାସ କରିବୁନି’

ନୂଆଦିଲ୍ଲୀ:କିଛିଦିନ ତଳେ ଅଭିନେତ୍ରୀ କାଜୋଲ ସୋସିଆଲ ମିଡିଆରୁ ବ୍ରେକ ନେଇଥିବା ଘୋଷଣା କରି ନିଜ ଇନଷ୍ଟାରୁ ସବୁ ପୋଷ୍ଟ ଡିଲିଟ କରି ଦେଇଥିଲେ । ପୋଷ୍ଟ ଡିଲିଟ କରିବା ଦେଖି ଫ୍ୟାନ୍ସମାନେ ବ୍ରେକର କାରଣ ଜାଣିବାକୁ ବି ଚାହିଁଥିଲେ । ଏ ନେଇ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥିଲେ । ହେଲେ ଏବେ କାଜୋଲଙ୍କୁ ତାଙ୍କ ଫ୍ୟାନ୍ସମାନେ ଟ୍ରୋଲ କରିବା ଆରମ୍ଭ କଲେଣି । ପ୍ରକୃତରେ କାଜୋଲ ବ୍ରେକ ନେଇ ନ ଥିଲେ ବରଂ ଏହା ତାଙ୍କର ପବ୍ଲିସିଟି ଷ୍ଟଣ୍ଟ ଥିଲାବୋଲି କହୁଛନ୍ତି ଫ୍ୟାନ୍ସ ।

ବ୍ରେକ ନେବାର ୨ ଦିନ ପରେ ପୁଣି ସୋସିଆଲ ମିଡିଆକୁ ଫେରିଛନ୍ତି କଜୋଲ ।  ଏବେ ପୁଣି କାଜୋଲଙ୍କର ସବୁ ପୋଷ୍ଟ ଇନଷ୍ଟାରେ ଦେଖିବାକୁ ମିଳୁଛି । ସେତିକି ନୁହେଁ, ଡିଜନୀ ହଷ୍ଟଷ୍ଟାର କାଜୋଲଙ୍କ ସହ ଏକ ପୋଷ୍ଟ ଶେୟାର କରିଛି ଯେଉଁଥିରେ କଜୋଲଙ୍କର ଅପକମିଙ୍ଗ ୱେବସିରିଜ ‘ଟ୍ରାଏଲ’ର ଝଲକ ଦେଖିବାକୁ ମିଳିଛି ।

କାଜଲ ଦ ଗୁଡ ୱାଇଫର ହିନ୍ଦୀ ରିମେକ ଦ ଟ୍ରାଏଲର ପୋଷ୍ଟର ଶେୟାର କରିଛନ୍ତି । ଏହା ସହିତ ସେ ଲେଖିଛନ୍ତି, ‘‘ଟ୍ରାଏଲ ଯେତିକି କଠିନ ହେବ  ଆପଣଙ୍କ ଫେରିବା ସେତିକି କଷ୍ଟକର ହେବ । ଜୁନ ୧୨ରେ ମୋର କୋର୍ଟ ରୁମ ଡ୍ରାମା #HotstarSpecials #TheTrial ଟ୍ରେଲର ଦେଖନ୍ତୁ । #TheTrialOnHotstar।” ଏହି ଭିଡିଓରେ କାଜଲଙ୍କୁ ଜଣେ ଓକିଲ ବେଶରେ କଳା ସୁଟ ପିନ୍ଧିଥିବା ଦେଖିବାକୁ ମିଳିଛି ।

ତେବେ କାଜୋଲଙ୍କ ଫେରିବା ଦେଖି ଫ୍ୟାନ୍ସମାନେ ତାଙ୍କୁ ଖୁବ ଟ୍ରୋଲ କରିଛନ୍ତି ଏବଂ କହିଛନ୍ତି, ‘ଆପଣଙ୍କ ଉପରେ ଆଉ କେବେ ବି ବିଶ୍ୱାସ କରିବୁ ନାହିଁ ।’

ଏଠି କହିରଖିବୁ, କିଛି ଦିନ ତଳେ କାଜୋଲଙ୍କର ଇନଷ୍ଟାରେ ଥିବା ସବୁ ପୋଷ୍ଟ ଡିଲିଟ ହୋଇଯାଇଥିଲା । ଏହାପରେ କାଜୋଲ ଏକ ପୋଷ୍ଟ ଶେୟାର କରିଥିଲେ । ଏଥିରେ କ୍ୟାପ୍ସନ ଲେଖିଥିଲେ, ‘ସୋସିଆଲ ମିଡିଆରୁ ବ୍ରେକ ନେଉଛି । ଏହା ସହିତ ସେ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ସେ ଲେଖିଥିଲେ, ‘ନିଜ ଜୀବନରେ ସବୁଠାରୁ ବଡ ଚାଲେଞ୍ଜକୁ ସାମ୍ନା କରିବାକୁ ଯାଉଛି ।’ ଶେଷ ପୋଷ୍ଟ ଶେୟାର କରିବାବେଳେ ସେ ଏକ ହାର୍ଟ ଇମୋଜି ମଧ୍ୟ ସେୟାର କରିଥିଲେ ।

ସବୁଠାରୁ ବଡ କଥା ହେଉଛି, ଏହି ଫଟୋ ପୋଷ୍ଟ କରିବା  ପୂର୍ବରୁ କାଜୋଲ ଇନଷ୍ଟାରେ ଥିବା ତାଙ୍କର ସମସ୍ତ ପୋଷ୍ଟକୁ ଡିଲିଟ କରି ଦେଇଥିଲେ।

Leave A Reply

Your email address will not be published.