Latest Odisha News

ନାଁ ଟା ତାହାହେଲେ ଶିବରାଜ ! ଘୋଡରେ ବସି ସ୍କୁଲ ଆସୁଛି ଏହି ୫ମ ଶ୍ରେଣୀର ଛାତ୍ର

ଭୋପାଳ: ମଧ୍ୟପ୍ରଦେଶର ଶିବରାଜ ନାମକ ଛାତ୍ର ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛି । ଖଣ୍ଡୱାର ଛୋଟ ଗାଁ ଗୋରାଡିମାଲରେ ରହୁଥିବା ୫ମ ଶ୍ରେଣୀର ଛାତ୍ର ଶିବରାଜ ୫ କିଲୋମିଟର ଦୂରରେ ଥିବା ସ୍କୁଲକୁ ଘୋଡା ଚଳାଇ ଯାଉଛନ୍ତି । କରୋନା ଯୋଗୁ ସ୍କୁଲ ବନ୍ଦ ଥିଲା । ଏହା ଖୋଲିବା ପରେ ବସ୍ ଏବଂ ଅନ୍ୟ କୌଣସି ଗମନାଗମନର ବ୍ୟବସ୍ଥା ନ ଥିଲା । ସ୍କୁଲ ଯିବା ଏବଂ ପାଠ ପଢ଼ିବା ଆଗ୍ରହ ଯୋଗୁ ଶିବରାଜ ନିଜେ ଘୋଡା ଚଳାଇ ସ୍କୁଲରେ ପଂହଚିଥିଲେ । ଶିବରାଜ ଏବଂ ତାଙ୍କ ଘୋଡା ରାଜାଙ୍କ ଫଟୋ ସୋସିଆଲ ସାଇଟରେ ଶେୟାର ହେବା ପରେ ଏହା ଏବେ ଭାଇରାଲ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ମଧ୍ୟ ଛୋଟ ପିଲାଟିକୁ ପ୍ରଶଂସା କରିଛନ୍ତି ।

ମୋ ମାମୁଁ(ଶିବରାଜ ସିଂ ଚୌହ୍ୱାନ) ଯେପରି ହାର ମାନନ୍ତି ନାହିଁ ମୁଁ ମଧ୍ୟ ସେଭଳି ହାର ମାନିବିନି ବୋଲି ଛାତ୍ର ଜଣକ କହିଛନ୍ତି । । ସୂଚନାଯୋଗ୍ୟ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ମାମୁଁ ଭାବେ ବେଶ୍ ପରିଚିତ । ଶିବରାଜର ବାପା ଦେବରାମ ଯାଦବ କହିଛନ୍ତି ରାଜା ଘୋଡା ସହ ତାର ବନ୍ଧୁତା ହେବା ପରେ ସେ ସ୍କୁଲ ଯିବା ପାଇଁ ସାହସ କରିଥିଲା । ମୁଁ ଏଥିରେ କାହିଁକି ତାଙ୍କୁ ମନା କରିବି । ଶିବରାଜ ଭଲ ପାଠ ପଢ଼ନ୍ତି ବୋଲି ତାଙ୍କ ସ୍କୁଲ ସାର କହିଛନ୍ତି ।

Comments are closed.