Latest Odisha News

ଆରପାରିରେ ଆଧୁନିକ ରଙ୍ଗମଞ୍ଚର ବିନ୍ଧାଣୀ ଇବ୍ରାହିମ୍ ଅଲକାଜୀ

ନୂଆଦିଲ୍ଲୀ: ଥିଏଟର ଦୁନିଆର ବାହଶାହ ଇବ୍ରାହିମ ଅଲକାଜୀଙ୍କ ପରଲୋକ । ଆଜି ୯୪ ବର୍ଷ ବୟସରେ ଦିଲ୍ଲୀରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ।

ଦିଲ୍ଲୀ ସ୍କୁଲ ଅଫ୍ ଡ୍ରାମା ବା ଏନଡିଏସର ନିର୍ଦ୍ଦେଶକ ଥିଲେ ଇବ୍ରାହିମ ଅଲକାଜୀ । ୧୯୬୨ରୁ ୧୯୭୭ ମସିହା ଯାଏଁ ସେ ଏହି ଦାୟିତ୍ୱରେ ଥିଲେ । ଗିରୀଶ କନ୍ନଡଙ୍କ ତୁଗଲକ, ଧର୍ମବୀର ଭାରତୀଙ୍କ ଅନ୍ଧାଯୁଗ ଭଳି ଲୋକପ୍ରିୟ ନାଟକ ପ୍ରସ୍ତୁତ କରିଥିଲେ ।

ଭାରତୀୟ କଳା ଓ ସଂସ୍କୃତି ଦୁନିଆ ପ୍ରତି ତାଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା । ଭାରତୀୟ ଥିଏଟର ପ୍ରତି ଅବଦାନ ପାଇଁ ଇବ୍ରାହିମ ଅଲକାଜୀଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.