ବରଗଡ଼: ବଦଳିବେ ବରଗଡ଼ ଧନୁଯାତ୍ରା କଂସ। ପୂର୍ବରୁ କାଂଶ ଭୂମିକାରେ ଅଭିନୟ କରୁଥିବା ବ୍ୟାକତିବକ ବଦଳରେ ଅଭିନୟ କରିବେ ଆଉ ଜଣେ। ଏନେଇ ବରଗଡ଼ ଧନୁଯାତ୍ରା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ବସିଥିଲା ପ୍ରସ୍ତୁତି ବୈଠକ। କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଷ ଭୋଇ। ଏଥର ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ଜଣେ ନୂଆ କଳାକାର।
ସୂଚନାଯୋଗ୍ୟ, କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ ଜଣେ ସରକାରୀ କର୍ମଚାରୀ। ସେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡ଼ିର ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ଗତ ଅକ୍ଟୋବର ମାସରେ ସେ ଗାଇସିଲାଟ ବ୍ଲକର ଏକ ଗାଁକୁ ମୃତଦେହ ନେଇ ଯାଇଥିବା ବେଳେ ମୃତକଙ୍କ ପରିବାର ଲୋକଙ୍କୁ ୩ ହଜାର ଟଙ୍କା ମାଗିଥିଲେ। ମୃତକଙ୍କ ପରିବାର ଲୋକେ ତାଙ୍କୁ ୩ ହଜାର ଟଙ୍କା ଦେଇଥିଲେ। ଏନେଇ ଅଭିଯୋଗ ମଧ୍ୟ ହୋଇଥିଲା।
ଏହି ଘଟଣା ସାମ୍ନାକୁ ଆସିବା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ସେ ଦୋଷମୁକ୍ତ ହୋଇ ନଥିବାରୁ ତାଙ୍କୁ କଂସ ଭୂମିକାରେ ଅଭିନୟ କରିବାକୁ ଅନୁମତି ଦିଆଯାଇ ନାହିଁ। ତାଙ୍କୁ କଂସ ଭୀମୟକ ଦିଆଗଲେ ବରଗଡ଼ ଧନୁଯାତ୍ରାର ମର୍ଯ୍ୟାଦା ଓ ଗାରିମାକୁ କ୍ଷୁର୍ଣ୍ଣ ହେବ ବୋଲି ବରଗଡ଼ ଧନୁଯାତ୍ରା କଳାକାର ସମନ୍ୱୟ କମିଟି ପକ୍ଷରୁ କୁହାଯାଇଛି। ୭୭ତମ ବରଗଡ଼ ଧନୁଯାତ୍ରାର ଶୁଭସ୍ତମ୍ଭ ଡିସେମ୍ବର ୪ ତାରିଖରେ ସ୍ଥାପିତ ହେବ ବୋଲି ଧନୁଯାତ୍ରା ମହୋତ୍ସବ ସମିତି ସଂପାଦକ ସୁରେଶ୍ୱର ଶତପଥୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ବଛାଯାଉଥିବା ବ୍ୟକ୍ତି ୩ ବର୍ଷ ସଏହି ଭୂମିକାରେ ରହିଥାନ୍ତି। ହୃଷିକେଶ ଭୋଇଙ୍କୁ ୨୦୨୨ରେ ବଛା ଯାଇଥିଲା।କିନ୍ତୁ ଏଥର ଯାହାଙ୍କୁ କଂସ ଭୂମିକାରେ ଅଭିନୟ କରିବା ପାଇଁ ବଛାଯିବ, ତାଙ୍କୁ କେବଳ ଗୋଟିଏ ବର୍ଷ ସୁଯୋଗ ମିଳିବ ବୋଲି ଜାଣିବାକୁ ମିଳିଛି। ସେଥିପାଇଁ ନୂତନ ଭାବେ କଳାକାରମାନଙ୍କଠାରୁ ଆବେଦନ ଗ୍ରହଣ ନ କରି ୨୦୨୨ କଂସ ଚୟନ ପ୍ରକ୍ରିୟାରେ ଭାଗ ନେଇ ୨ରୁ ୫ ନମ୍ବର ସ୍ଥାନରେ ରହିଥିବା କଳାକାରମାନଙ୍କ ମଧ୍ୟରୁ ଜଣଙ୍କୁ ଏଥର କଂସ ଭୂମିକାରେ ଅଭିନୟ କରିବାକୁ ବଛାଯିବ। ଆସନ୍ତା ବର୍ଷ ପୁଣି ୩ ବର୍ଷ ପାଇଁ କଂସଭୂମିକାରେ ଅଭିନୟ କରିବାକୁ କଳାକାର ଚୟନ କରାଯିବ ବୋଲି ଜଣାପଡ଼ିଛି।
Comments are closed.