ଭୁବନେଶ୍ବର: ଆମ ଜୀବନରେ ଯୋଗର ଗୁରୁତ୍ୱ ବେଶ୍ ଅଧିକ ରହିଛି । ଆପଣ ଯୋଗ ଦ୍ବାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇ ପାରିବେ । ଫଳରେ ଶୀଘ୍ର ଶରୀର ରୋଗ ଆକ୍ରାନ୍ତ ହେବ ନାହିଁ ।
ତେବେ ସୂର୍ଯ୍ୟ ନମସ୍କାର ହେଉଛି ସର୍ବୋତ୍ତମ ଯୋଗସାନା । ଯାହାଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ । ସକାଳେ ନିୟମିତ ୩-୪ ଥର ଏହା କରିବା ଅତ୍ୟନ୍ତ ଲାଭଦାୟକ ଅଟେ । ସୂର୍ଯ୍ୟ ନମସ୍କାର ମାଧ୍ୟମରେ ଆପଣଙ୍କର ଶ୍ୱାସକ୍ରିୟାକୁ ନିୟନ୍ତ୍ରଣ କରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଯାଇପାରିବେ । ଭୁଜଙ୍ଗାସନ ସୂର୍ଯ୍ୟ ନମସ୍କାର ଗୋଟିଏ ଅଂଶ । ଏହାକୁ ନିୟମିତ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ସୁଦୃଢ ରହିଥାଏ ।
ସେହିପରି ଚାପରେ ରହିବା ଦ୍ବାରା ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି କମିଥାଏ। ଏହି ଶଶାଙ୍କାସନ ଦ୍ବାରା ଚାପରୁ ମୁକ୍ତି ମିଳିଥାଏ ।
ତାଡାସାନା ମାଧ୍ୟମରେ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୋଇଥାଏ । ଏହି ଆସନ ଆପଣ ଦିନର ଯେକୌଣସି ସମୟରେ କରିପାରିବେ ।
ଆପଣ ଜାଣି ରଖନ୍ତୁ, ତ୍ରିକୋଣାସନ କେବଳ ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ନାହିଁ, ବରଂ ଏହା ଆପଣଙ୍କ ହଜମ ପ୍ରକ୍ରିୟାରେ ଉନ୍ନତି କରି ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।
Comments are closed.