Latest Odisha News

BREAKING NEWS

ଚଞ୍ଚଳ ରନ୍ଧନ: ଗଜା ମୁଗ ଖେଚେଡି

ଭୁବନେଶ୍ବର: କର୍ମଜୀବୀ ମହିଳାଙ୍କୁ ଘର ସହ ଅଫିସର ଦାୟିତ୍ବ ନେବାକୁ ପଡିଥାଏ । ତେଣୁ ଏହି ମହିଳାମାନେ କେବଳ ସୁସ୍ବାଦୁ ଭୋଜନ ନୁହେଁ ସ୍ବାସ୍ଥ୍ୟକୁ ନଜରରେ ରଖି ଖାଦ୍ୟପଦାର୍ଥ ବନେଇବା ଦରକାର । ଏଥିସହ ଖାଦ୍ୟ ଚଞ୍ଚଳ ରାନ୍ଧି ହେଉଥିଲେ ବଢିଆ । ତେଣୁ ଆଜି ଆଣିଛୁ ଗଜା ମୁଗ ଖେଚେଡି ପୃଷ୍ଟିକର ଖାଦ୍ୟ । କମ୍ ତେଲ,ଅଳ୍ପ ସମୟ ଓ ଅଳ୍ପ ମସଲା ଦେଇ ରାନ୍ଧି ପାରିବେ ।

ସାମଗ୍ରୀ:ଗଜାମୁଗ- ଏକ କପ୍, ଅରୁଆ ଚାଉଳ-ଏକ କପ୍, ଡାଲଚିନି- ଦିଖଣ୍ଡ, ଗୁଜୁରାତି- ଚାରିଟା, ଲବଙ୍ଗ-ଚାରିଟା, ଜିରା- ଅଧ ଚାମଚ, କଞ୍ଚା ଲଙ୍କା-ଛଅ ଟା, ଘିଅ- ଗୋଟେ ଚାମଚ, ଅଦା- ଅଧା ଇଞ୍ଚ, ଚିନି/ଗୁଡ- ଏକ ଚାମଚ, ଲୁଣ, ହଳଦୀ, ପାଣି- ପାଞ୍ଚ କପ୍

ପ୍ରଣାଳୀ: ଚାଉଳ ଧୋଇକି ରଖନ୍ତୁ । କୁକୁରରେ ଘିଅ ଦେଇ ଜିରା, ଡାଲଚିନି, ଗୁଜୁରାତି (ଛଡାଇ),ଲବଙ୍ଗ ପକାଇ ଚାଉଳ ଓ ଗଜାମୁଗ ପକାଇଦିଅନ୍ତୁ । କଞ୍ଚାଲଙ୍କା, କଟା ଅଦା ପକେଇ ଦିଅନ୍ତୁ । ଲୁଣ, ହଳଦୀ, ଚିନି/ ଗୁଡ ପକେଇ ଦିଅନ୍ତୁ । ଏହାପରେ ପାଣି ଢାଳି ଦେବେ । ଏହାପରେ କୁକୁରର ଢାଙ୍କୁଣି ଲଗାଇ ତିନି ମିନିଟ୍ ଯାଏଁ ଚୁଲିରେ ବସାନ୍ତୁ । ଏହାପରେ କୁକୁରକୁ ବନ୍ଦ କରିଦେବେ ।

ଯଦି ପୂଜା ଦିନରେ ଏହା କରୁଛନ୍ତି ଆଳୁଭଜା, ଟମାଟୋ ଖଟା ସାଙ୍ଗରେ ଖାଇବେ ଭଲ ଲାଗିବ ।

Comments are closed.