Latest Odisha News

BREAKING NEWS

ହଜାର ହଜାର କୋଭିଡ୍‌ ପରି ସଂକ୍ରମଣ ଆଉ ଏକ ମହାମାରୀ ଆଣିପାରେ!

ବ୍ଲୁମବର୍ଗ: ଚୀନ୍ ଏବଂ ଦକ୍ଷିଣ ପୂର୍ବ ଏସିଆରେ ପ୍ରତିବର୍ଷ କୋଭିଡ୍-୧୯ ସୃଷ୍ଟି କରୁଥିବା ପ୍ରାଣୀଙ୍କ ଦ୍ବାରା ବାର୍ଷିକ ଲକ୍ଷାଧିକ ଲୋକ ସଂକ୍ରମିତ ହୋଇପାରନ୍ତି।

ବାର୍ଷିକ ହାରାହାରି ୪୦୦,୦୦୦ ଏହିପରି ସଂକ୍ରମଣ ହୁଏ, ଅଧିକାଂଶ ଏ ସଂକ୍ରାନ୍ତରେ ଜାଣିପାରନ୍ତି ନାହିଁ କାରଣ ଏଥିରେ ସାମାନ୍ୟ କିମ୍ବା କୌଣସି ଲକ୍ଷଣ ଦେଖାଯାଇନଥାଏ। ଏହା ଲୋକମାନଙ୍କ ମଧ୍ୟରେ ସହଜରେ ସଂକ୍ରମିତ ହୁଏ ନାହିଁ ବୋଲି ଇକୋହେଲଥ୍ ଆଲାଇନ୍ସ ଏବଂ ସିଙ୍ଗାପୁରର ଡ୍ୟୁକ୍-ଏନ୍ଏସ୍ ମେଡିକାଲ୍ ସ୍କୁଲର ଅନୁସନ୍ଧାନକାରୀମାନେ ପ୍ରକାଶିତ ଏକ ଅଧ୍ୟୟନରେ କହିଛନ୍ତି।

କୋଭିଡ ସୃଷ୍ଟି କରୁଥିବା ଭୂତାଣୁ କେଉଁଠାରେ ଏବଂ କିପରି ସୃଷ୍ଟି ହେଲା ସେହି ପ୍ରଶ୍ନର ଉତ୍ତର ଏଯାଏ ମିଳିପାରିନାହିଁ। କିଛି ବୈଜ୍ଞାନିକ ଏହାକୁ ଚାଇନାର ଉହାନର ଏକ ଲ୍ୟାବରୁ ହାଇପୋଥେଟିକାଲ୍ ଲିକ୍‌କୁ ଦାୟୀ କରିଛନ୍ତି। ଯୁକ୍ତରାଷ୍ଟ୍ରର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଏବଂ ସଂକ୍ରାମକ ରୋଗ ଦ୍ବାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ SARS-CoV-2 ଭୁତାଣୁର ମୁଖ୍ୟ କାରଣ ହୋଇପାରେ ବାଦୁଡି ଏବଂ ତା ଆଖପାଖରେ ରହୁଥିବା ଲୋକମାନେ ବିଶେଷ ଭାବରେ ଅସୁରକ୍ଷିତ ଅଟନ୍ତି।

Comments are closed.