ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ସମସ୍ତଙ୍କ ନିଦ ହଜାଇ ଦେଇଛି । ଦେଶରେ ଅକ୍ସିଜେନ୍, ବେଡଠୁ ନେଇ ଔଷଧ ସବୁକିଛିର ଅଭାବ ଦେଖା ଦେଇଛି । କେଉଁଠି ଅକ୍ସିଜେନ୍ ପାଇଁ ଛଟପଟ ହୋଇ ଜୀବନ ଯାଉଛି ତ ଆଉ କେଉଁଠି ଔଷଧ ପାଇଁ । ଏହାରି ଭିତରେ ପଞ୍ଜାବର ଏକ ଭିଡିଓକୁ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମ୍ରିନ୍ଦର ସିଂଙ୍କୁ ଘେରିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।
Respected CM Punjab,
This is abhorring & Criminal
While patients struggle for essential medicines in Punjab ..thousands of vials of Injection Remdesivir are found dumped in the Bhakra canal!
Who’s responsible for this criminal act?
Why’s the Punjab Govt silent? pic.twitter.com/wTySio3Zp3— Sambit Patra (@sambitswaraj) May 8, 2021
ଗୁରୁତର କରୋନା ଆକ୍ରାନ୍ତ ମେଡିକାଲରେ ରେମଡେସିଭର ପାଇଁ ଅପେକ୍ଷା କରି ରହିଛନ୍ତି । ରୋଗୀଙ୍କ ସମ୍ପର୍କୀୟ ଗୋଟିଏ ରେମଡେସିଭର ପାଇବା ପାଇଁ ଏ ମେଡିକାଲରୁ ସେ ମେଡିକାଲକୁ ଘୁରି ବୁଲୁଛନ୍ତି । କିନ୍ତୁ ପଞ୍ଜାବର ନଦୀରେ ରେମଡେସିଭିର ଇଞ୍ଜେକ୍ସନ୍ ଭାସୁଛି । ସମ୍ବିତ ପାତ୍ର ଟ୍ୱିଟ୍ କରିଥିବା ଭିଡିଓରେ ଏକାଧିକ ରେମଡେସିଭିର ଇଞ୍ଜେକ୍ସନ୍ ଭାସି ଯାଉଥିବା ଦେଖାଯାଉଛି ।

ଭାରକା କେନାଲରେ ହଜାର ହଜାର ରେମଡେସିଭର ଫିଙ୍ଗା ଯାଇଥିବା ଲେଖିଛନ୍ତି ସମ୍ବିତ ପାତ୍ର । କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ରେମଡେସିଭର ଅଭାବ ଥିବା ବେଳେ ଏତେ ପରମାଣରେ କିଏ ଫିଙ୍ଗିଲା ? ଏଭଳି ଅପରାଧିକ କାର୍ଯ୍ୟ ପାଇଁ କିଏ ଦାୟୀ ? କାହିଁକି ଏହାକୁ ନେଇ ପଞ୍ଜାବ ସରକାର ଚୁପ୍ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।
Comments are closed.