Latest Odisha News

BREAKING NEWS

ଟିକାଦାନ କେନ୍ଦ୍ରରେ ଅସନ୍ତୋଷ, କର୍ମଚାରୀ ବିଳମ୍ବରେ ଆସୁଥିବା ଅଭିଯୋଗ

ସୋନପୁର: ଟିକା ନେବାକୁ ଭୋରରୁ ଲାଗୁଛି ଲାଇନ୍ । ରାତି ସାଢ଼େ ୩ଟାରୁ ଟିକାଦାନ କେନ୍ଦ୍ରରେ ଲାଇନ୍ ଦେଉଛନ୍ତି ଲୋକ । କିନ୍ତୁ ସକାଳ ୮ଟା ସୁଦ୍ଧା ସେଣ୍ଟରକୁ ଆସୁ ନାହାନ୍ତି କର୍ମଚାରୀ । ଫଳରେ ଟିକାକରଣ ବିଳମ୍ବ ହେଉଛି । ଏଭଳି ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଥିବା ଟିକାଦାନ କେନ୍ଦ୍ରରେ ଉତ୍ତଜେନା ଦେଖିବାକୁ ମିଳିଛି ।

ପାଟତୁଣ୍ଡ ଲାଗି ରହିବାରୁ ସକାଳ ୮ଟା ପରିବର୍ତ୍ତେ ସାଢ଼େ ୯ଟାରେ ଆରମ୍ଭ ହୋଇଥିଲା ଟିକାକରଣ । ଲୋକ ଅଭିଯୋଗ କରିଛନ୍ତି, ସେମାନେ ରାତି ୩ଟାରୁ ଲାଇନରେ ରହୁଥିବା ବେଳେ କର୍ଚମଚାରୀ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଆସୁଛନ୍ତି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।

Leave A Reply

Your email address will not be published.