Latest Odisha News

BREAKING NEWS

ପୁଣି ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଧମକ ପୂର୍ଣ୍ଣ ପୋଷ୍ଟର

ମାଲକାନଗିରି : ପୁଣି ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର । ପିଏଲଜିଏରେ ସାମିଲ ହେବାକୁ ଜନସାଧାରଣଙ୍କୁ ପୋଷ୍ଟର ଜରିଆରେ ଆହ୍ବାନ ଦିଆଯାଇଛି । ଏହାସହ ପୋଲିସକୁ ସହଯୋଗ କରୁଥିବା ଲୋକଙ୍କୁ ପ୍ରଜକୋର୍ଟରେ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଲେଖାଯାଇଛି । କୁଡୁମୁଲୁଗୁମ୍ମା ଆଞ୍ଚଳିକ କମିଟି ଦ୍ବାରା ଜାରି ହୋଇଛି ଏହି ମାଓ ପୋଷ୍ଟର । ସ୍ବାଭିମାନ ଅଞ୍ଚଳର ଅଣ୍ଡ୍ରାପାଲିରେ ମାଓବାଦୀମାନେ ଏହି ପୋଷ୍ଟ ମାରିଥିବା ଦେଖିବାକୁ ମିଳିଛି

BjdElectrycity

ସେହିପରି ସରକାର ଓ ପୋଲିସକୁ ସହଯୋଗ କରୁଥିବା ଆନ୍ଦ୍ରୁ, ଡମ୍ବରୁ, ରାମା ରାଓ, ମନୁ, ଶ୍ୟାମ ଏବଂ ରାଜୁ ନାଁରେ ଧମକପୂର୍ଣ୍ଣ ପୋଷ୍ଟର ମାରିଛି ଲାଲ ବାହିନୀ । ଗୋରାସେତୁରେ ଥିବା ବିଏସଏଫ କ୍ୟାମ୍ପକୁ ବିରୋଧ କରିବା ସହ ଗୋରସେତୁର ଲାଲ୍ ଗୃହ ନିକଟରେ ଥିବା ସମସ୍ତ ଦୋକାନ ବଜାରକୁ ତୁରନ୍ତ ଉଠାଇବାକୁ ପୋଷ୍ଟରରେ ଲେଖା ଯାଇଛି । ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଏଭଳି ଧମକପୂର୍ଣ୍ଣ ପୋଷ୍ଟରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Leave A Reply

Your email address will not be published.