Latest Odisha News

BREAKING NEWS

ଲୋକ ପାଇଲଟ୍ ଅପହରଣ ଓ ଚୋରି ଘଟଣାରେ ତିନି ଅଭିଯୁକ୍ତ ଗିରଫ

ରାଉରକେଲା: ଦକ୍ଷିଣ ପୂର୍ବ ରେଳପଥର ଲୋକୋ ପାଇଲଟ୍ ନିହାର ସରକାରଙ୍କୁ ଅପହରଣ ଘଟଣାରେ ତିନି ଗିରଫ। ଗିରଫ ଅଭିଯୁକ୍ତମାନେ ହେଲେ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳର ସଂଗ୍ରାମ କେଶରୀ ପଟ୍ଟନାୟକ ଓରଫ ସୋନୁ (୨୭), ସ୍ମୃତି ରଞ୍ଜନ ପାଇକରାୟ ଓରଫ ବୁବୁ (୩୫) ଓ ସତ୍ୟ ପ୍ରକାଶ ପ୍ରଧାନ ଓରଫ ବଣ୍ଟି (୨୭)।

ଅପହରଣ କରିବା ସହ ୧ ଲକ୍ଷ ୭୦ ହଜାର ଟଙ୍କା ଚୋରି କରିଥିବା ମଧ୍ୟ ଏମାନଙ୍କ ନାଁରେ ଅଭିଯୋଗ ରହିଛି। ଅଭିଯୁକ୍ତଙ୍କୁ ଗିରଫ ପରେ ବୁଧବାର ରାଉରକେଲା କୋର୍ଟରେ ହାଜର କରାଯାଇଥିଲା। ଅଭିଯୁକ୍ତମାନଙ୍କ ଠାରୁ ଲୁଟ୍ ହୋଇଥିବା ଟଙ୍କା, ଗୋଟିଏ ସୁନା ଚେନ୍ ଓ ଅପରାଧରେ ବ୍ୟବହୃତ କାରର ୫୦ ହଜାର ଟଙ୍କା ଜବତ କରାଯାଇଛି।

ଲୋକୋ ପାଇଲଟ୍ ନିହାର ସରକାର (୫୫) ଛେଣ୍ଡ କଲୋନିରୁ ରୁହନ୍ତି। ସେ ୨୨ ତାରିଖ ରାତି ପ୍ରାୟ ୯ଟା ୪୦ ମିନିଟରେ ଘର ପାଖରେ ବୁଲିବାକୁ ଯାଇଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା। ଏହି ତିନି ଜଣ ତାଙ୍କୁ ମାଡ଼ ମାରିବା ସହ ୟୁପିଆଇ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଜରିଆରେ ତାଙ୍କ ପାସୱାର୍ଡ, ସୁନା ଚେନ୍ ଓ ହାତଘଣ୍ଟା ନେଇଯାଇଥିବା ଅଭିଯୋଗ ହୋଇଛି।

ରାଉରକେଲା ଏସପି କହିଛନ୍ତି ଯେ ତିନି ଜଣ ଅଭିଯୁକ୍ତ ନିହାର ସରକାରଙ୍କୁ ଜାଣିଛନ୍ତି। ସମସ୍ତେ ଏକ ସୋସିଆଲ ମିଡିଆ ଆପ୍ ଜରିଆରେ ସଂପୃକ୍ତ। ଜଣେ ଅଭିଯୁକ୍ତ ନିହାର ସରକାରଙ୍କୁ ଏକ କାରରେ ଉଠାଇ ବାଲୁଘାଟ ଅଞ୍ଚଳକୁ ନେଇଯାଇଥିଲେ । ଯେଉଁଠାରେ ଅନ୍ୟ ଦୁଇ ଜଣ ସନ୍ଦିଗ୍ଧ ଅପେକ୍ଷା କରିଥିଲେ । ଏହି ବିବାଦକୁ ନେଇ ନିହାର ସରକାରଙ୍କୁ ଆକ୍ରମଣ କରିଥିଲେ ଏବଂ ଫୋନ୍ ପେ ଏବଂ ପେଟିଏମ୍ ବ୍ୟବହାର କରି ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୧.୨୪ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। ପରେ ତାଙ୍କ ସୁନା ଚେନ୍ ମଧ୍ୟ ଛଡ଼ାଇ ନେଇଥିଲେ। ତେବେ କେଉଁ କାରଣରୁ ବିବାଦ ହେଲା ତାହା ଜଣାପଡି ନାହିଁ।

Leave A Reply

Your email address will not be published.