Latest Odisha News

BREAKING NEWS

ଲିଫ୍ଟ ଦେବା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ

ରାୟପୁର: ପୁଣି ଦୁର୍ଷ୍କମର ଶିକାର ହେଲେ ଜଣେ ନାବାଳିକା। ୧୫ ବର୍ଷିୟ ନାବାଳିକାଙ୍କୁ ତିନି ଜଣ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ। ଏଭଳି ଜଘନ୍ୟ କାଣ୍ଡ ଘଟିଛି ଛତିଶଗଡ଼ର ରାଜନନ୍ଦଗାଁରେ। ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ ହେଲେ ସୁରଜ ଯାଦବ (୨୦), ଜିତେନ୍ଦ୍ର ରାଜକ (୩୦), ସନ୍ନି କୁମାର ନିର୍ମଲକର (୨୫)।

ପୋଲିସର ସୂଚନା ଅନୁଯାୟୀ ଏହି ମାମଲାଟି ସେପ୍ଟେମ୍ୱର ୧୦ ତାରିଖ ରାତିରେ ବସନ୍ତପୁର ଥାନା ନିକଟ ମୁର୍ମୁଣ୍ଡାରେ ଘଟିଛି। ଘଟଣାକୁ ନେଇ ଛତିଶଗଡ଼ ପୋଲିସ ଗୌରଭ ରାୟ କହିଛନ୍ତି, ‘ଜଣେ ୧୫ ବର୍ଷିୟ ନାବାଳିକା ନିଜ କାମ ସାରି ରାତିରେ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କୁ ଘରକୁ ଛାଡିଦେବ କହି ଜଣେ ବ୍ୟକ୍ତି ଲିଫ୍ଟ ଦେଇଥିଲା। ଏକ ନିଛାଟିଆ ସ୍ଥାନରେ ଉକ୍ତ ବ୍ୟକ୍ତି ନିଜର ଅନ୍ୟ ଦୁଇ ସାଙ୍ଗଙ୍କୁ ପୂର୍ବରୁ ଡକାଇଥିଲା। ପରେ ନାବାଳିକାଙ୍କୁ ଉକ୍ତ ସ୍ଥାନକୁ ନେଇ ଏଭଳି ଅମାନୁଷିକ କାଣ୍ଡ ଭିଆଇଥିଲେ ତିନି ଅଭିଯୁକ୍ତ। ଏଥିସହିତ ଏହି ଘଟଣା କାହାକୁ ନଜଣେଇବା ପାଇଁ ନାବାଳିକାଙ୍କୁ ଧମକ ମଧ୍ୟ ଦିଆଯାଇଥିଲା।’

ପରେ ନାବାଳିକା ଏହି ଘଟଣା ସମ୍ପର୍କରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ। ସେପଟେ ଥାନାରେ ନାବାଳିକାଙ୍କ ପକ୍ଷରୁ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହାସହ ସେମାନଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଅନ୍ତର୍ଗତ ମାମଲା ରୁଜୁ କରିଛି ପୋଲିସ। ଖୁବ ଶିଘ୍ର ତିନି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସିଏସପି ରାୟ ସୂଚନା ଦେଇଛନ୍ତି।

Leave A Reply

Your email address will not be published.