Latest Odisha News

BREAKING NEWS

ରଞ୍ଜନ କୁମାର ଦାସଙ୍କ ତିନୋଟି ଲଳିତ ନିବନ୍ଧ ସଙ୍କଳନ ଉନ୍ମୋଚିତ

କଟକ : ବିଶିଷ୍ଟ ପ୍ରଶାସକ ଓ ସାହିତ୍ୟିକ ରଞ୍ଜନ କୁମାର ଦାସଙ୍କ ରଚିତ ତିନୋଟି ଲଳିତ ନିବନ୍ଧ ସଙ୍କଳନ ‘ ଅସନ୍ତୋଷର ପୃଥିବୀ’, ‘ ଥାଇ ଘୋର ଜଳେଣ’ ଏବଂ ‘ ଶବ୍ଦ ଶସ୍ତ୍ର’ ସ୍ଥାନୀୟ ଶାରଳା ଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି।

ଶାରଳା ସାହିତ୍ୟ ସଂସଦର ସଭାପତି ପ୍ରଭାକର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ବତ ଉତ୍ସବରେ ରବି ନାରାୟଣ ସେନାପତି, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ପ୍ରାବନ୍ଧିକ ବୈଷ୍ଣବ ଚରଣ ମହାନ୍ତି ଏବଂ ନାଟ୍ୟକାର ବିଜୟ କୁମାର ଶତପଥୀ ଅତିଥୀ ଭାବରେ ଯୋଗଦେଇ ପୁସ୍ତକ ତ୍ରୟକୁ ଉନ୍ମୋଚିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସଞ୍ଜିତ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଲେଖକ ଶ୍ରୀ ଦାସ ଲେଖକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ପରିଶେଷରେ ପ୍ରଭାକର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ ଓ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ।

 

Leave A Reply

Your email address will not be published.