Latest Odisha News

BREAKING NEWS

ହନୁମାନ ମୁଦ୍ରା ଓ ସରକାରୀ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ;୩ ଗିରଫ

ସୁନ୍ଦରଗଡ଼: ସୁନ୍ଦରଗଡ଼ ପୋଲିସ ହନୁମାନ ମୁଦ୍ରା ଓ ସରକାରୀ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକୁଥିବା ଏକ ଠକେଇ ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପଣ୍ଡରିଢିପାର ଉମେଶ ତନ୍ତୀ, ସୁବଲୟାର ମାଧବ ମିଞ୍ଜ ଓ ଟାଉଥାନା ଆଦର୍ଶନଗରର ସନି କୁମାର।

ଏଥିସହ ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ଏର୍ଟିଗା କାର୍‌ (ଓଡି-୧୬ଏମ୍‌- ୬୫୬୮) ଓ ୩ଟି ମୋବାଇଲ୍‌ ଜବତ କରାଯାଇଛି।

ହନୁମାନ ମୁଦ୍ରା ଯୋଗାଇଦେବା ପ୍ରଲୋଭନ ଦେଇ ଉକ୍ତ ପେଶାଦାର ଅପରାଧୀ ଗ୍ୟାଙ୍ଗମାନେ ପ୍ରସନ୍ନ ଡନସନାଙ୍କଠାରୁ ୬ ଲକ୍ଷ ଟଙ୍କା ନେଇଥିଲେ। ଏହାପରେ‌ ସେମାନେ ଆଉ ଦେଖା ଦେଇ ନଥିଲେ । ଠକାମୀରେ ପଡ଼ିଥିବା ଜାଣି ସଦରଥାନାରେ ଲିଖିତ ଅଭିଯୋଗ କରିଥିଲେ ପ୍ରସନ୍ନ । ଥାନା ଅଧିକାରୀ ସୌଦାମିନୀ ନାଗଙ୍କ ନେତୃତ୍ବରେ ପୋଲିସ ଟିମ୍‌ ଚଢାଉ କରି କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନଙ୍କୁ କିରେଇ ଛକରେ ଧରିଥିଲେ।

ଏଥିସହ ପଚରାଉଚରାବେଳେ ଜଣାପଡିଛି ଯେ, ଅଭିଯୁକ୍ତମାନେ ଏକ ଅପରାଧ ସିଣ୍ଡିକେଟ୍ ଗଠନ କରିଥିଲେ। ହନୁମାନ ମୁଦ୍ରା, ସରକାରୀ ଚାକିରି କରାଇଦେବାର ଲୋଭ ଦେଖାଇ ଝାରସୁଗୁଡ଼ା, ଧରୁଆଡିହି, ସୁନ୍ଦରଗଡ଼ ଟାଉନଥାନା ଅଞ୍ଚଳର ଅନେକ ବ୍ୟକ୍ତିଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିଲେ।

Leave A Reply

Your email address will not be published.