Latest Odisha News

BREAKING NEWS

କୋଲକାତାରେ ବଢୁଛି ସଂକ୍ରମଣ, ସୋନାରପୁର ପୌରାଞ୍ଚଳରେ ଲାଗୁ ହେଲା ୩ ଦିନିଆ ଲକଡାଉନ୍

ପଶ୍ଚିମବଙ୍ଗ : ଦୁର୍ଗାପୂଜା ପରେ କୋଲକାତାରେ ବଢୁଛି ସଂକ୍ରମଣ । ପ୍ରତିଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ବଢୁଥିବା ବେଳେ, ଏବେ ପଦକ୍ଷେପ ନେଇଛି ସ୍ଥାନୀୟ ପ୍ରଶାସନ । କରୋନା ସଂକ୍ରମଣ ବୃଦ୍ଧି ପରେ ସୋନାରପୁର ପୌରାଞ୍ଚଳକୁ ୩ ଦିନ ପାଇଁ ଲକଡାଉନ୍ ଘୋଷଣା କରାଯାଇଛି । ଦୁର୍ଗାପୂଜା ପରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଅନ୍ୟପଟେ ପଶ୍ଚିମବଙ୍ଗରେ ୯୭୬ଟି ନୂଆ ମାମଲା ଚିହ୍ନଟ ହୋଇଛି । ଯେଉଁଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି ।

କୋଲକତାରେ ଗତକାଲି ୨୭୨ଟି ନୂଆ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଦକ୍ଷିଣ ଚବିଶି ପ୍ରଗଣା ଜିଲ୍ଲାର ସୋନାରପୁର ପୌରାସଭା ଅଞ୍ଚଳରୁ ୧୫୯ଟି ନୂଆ ମାମଲା ସାମ୍ନାକୁ ଆସିଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୋନାରପୁର ପୌରାଞ୍ଚଳରେ ୧୯ଟି କଣ୍ଟେନମେଣ୍ଟ ଜୋନ୍ କରାଯାଇଛି । ଔଷଧ ଦୋକାନ ଓ ହସ୍ପିଟାଲକୁ ଖୋଲା ଯାଇଛି । ଅନ୍ୟପଟେ ଉତ୍ତର ଚବିଶି ପ୍ରଗଣାରେ ୫୮ଟି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି । ଅନ୍ୟପଟେ କିଛି ଅଞ୍ଚଳରେ ଲୋକ କରୋନା କଟକଣା ମାନୁନଥିବାରୁ ପ୍ରଶାସନର ଚିନ୍ତା ବଢ଼ିଛି ।

Leave A Reply

Your email address will not be published.