ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶରେ ପୁଣି ବନ୍ୟା ବିତ୍ପାତ । ଆନ୍ଧ୍ରପ୍ରଦେଶ କଡ଼ାପା ଜିଲ୍ଲାରେ ହଠାତ୍ ବନ୍ୟା ହେବା ଯୋଗୁଁ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ବ୍ୟକ୍ତି ନିଖୋଜ ଅଛନ୍ତି । ସୂଚନା ଅନୁସାରେ ଗୋଟିଏ ଜଳ ଭଣ୍ଡାରରେ ଘାଇ ହେବାରୁ ଚେୟୁର ନଦୀ କୂଳଲଙ୍ଘି କେତେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଦେଇ ଅତିକ୍ରମ କରିବା ବେଳେ ଆନ୍ଧ୍ରପ୍ରଦେଶରେ ଅତି ପ୍ରବଳ ବର୍ଷା ହୋଇଥିଲା । ଫଳରେ ତିରୁମାଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବହୁ ଯାତ୍ରୀ ଫସି ରହିଛନ୍ତି । ମନ୍ଦିରର ଚାରିପଟ ରାସ୍ତା ପୁରା ଜଳମଗ୍ନ ରହିଛି । ଅନ୍ୟପଟେ ବନ୍ୟା ପାଣିରେ ରାସ୍ତାଘାଟ ବୁଡିଯାଇଥିବାରୁ ଗାଡି ମଟର ଚଳାଚଳା ବନ୍ଦ ରହିଛି ।
Comments are closed.