ନୂଆଦିଲ୍ଲୀ: କରୋନା ଔଷଧ ବଦଳରେ ବିଷ ଔଷଧ ଖାଇ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଭଳି ଏକ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ତାମିଲନାଡୁର ଏରୋଡରେ। ଏହି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି।
ଅନୁସନ୍ଧାନରୁ ଜଣାପଡିଛି ଯେ କିଜଭାନୀ ଗାଁର ମୁଖ୍ୟ ଅଭିଯୁକ୍ତ ଆର କଲ୍ୟାଣସୁନ୍ଦରମ୍ କିଛି ମାସ ପୂର୍ବେ କାରୁପ୍ପାନାକୋନ୍ଦର ନାମକ ଜଣେ ବ୍ୟକ୍ତିଙ୍କଠାରୁ ୧୫ ଲକ୍ଷ ଟଙ୍କା ଋଣ ନେଇଥିଲେ। ଋଣ ପରିଶୋଧ କରିନପାରିବାରୁ ଚାପର ସମ୍ମୁଖୀନ ହୋଇ କଲ୍ୟାଣସୁନ୍ଦରମ୍ କାରୁପ୍ପାନାକୋନ୍ଦର ଏବଂ ତାଙ୍କ ପରିବାରରୁ ମୁକ୍ତି ପାଇବାକୁ ନିଷ୍ପତ୍ତି ନେଇଥିଲେ।
ଏଥିପାଇଁ କଲ୍ୟାଣସୁନ୍ଦରମ୍ ସାବରୀ ନାମକ ଜଣେ ବ୍ୟକ୍ତିଙ୍କ ସାହାଯ୍ୟ ଲୋଡିଥିଲେ। ଉକ୍ତ ବ୍ୟକ୍ତି ଜରଙ୍କ ବିଷାକ୍ତ ଔଷଧ ପଠାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ଭୂମିକା ଗ୍ରହଣ କରିଥିଲେ।
ଏହାପରେ ବ୍ୟକ୍ତି ଜଣଙ୍କ ମୃତ ପରିବାରଙ୍କ ଘରକୁ ଯାଇଥିଲେ। ସେଠାରେ ପରିବାର ସଦସ୍ୟଙ୍କ କୌଣସି କରୋନା ଜନିତ ଲକ୍ଷଣ ଅଛି କି ନାହିଁ ପଚାରି ବୁଝିଥିଲେ। ଏହାପରେ ସେ ତାଙ୍କୁ କରୋନା ଔଷଧ ବଦଳରେ ବିଷ ଔଷଧ ଦେଇଥିଲେ।
Comments are closed.