ଜଗତ୍ସିଂହପୁର: ପୁରୀଜିଲ୍ଲା ଅସ୍ତରଙ୍ଗସ୍ଥିତ ପୀରଜାହାନିଆଠାରେ ୩ ଜଣ ଯୁବକ ସମୁଦ୍ରରେ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅନ୍ୟ ଜଣଙ୍କର କୌଣସି ପତ୍ତା ମିଳିନି । ଜଗତସିଂହପୁରରୁ କିଛି ଯୁବକ ଭୋଜି କରିବାକୁ ଅସ୍ତରଙ୍ଗ ସମୁଦ୍ରକୁଳକୁ ଯାଇଥିଲେ । ଭୋଜି ସରିବା ପରେ ଉକ୍ତ ୩ ଜଣ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । ଅସାବଧାନତା ଯୋଗୁ ୩ ଜଣ ଯାକ ବୁଡ଼ି ଯାଇଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା କିଛି ଯୁବକ ଜଣଙ୍କୁ ଉଦ୍ଧାର କରିଥିଲେ । ଅନ୍ୟ ଦୁଇଜଣ ଭାସିଯାଇଥିଲେ । ପରେ ଆଉ ଜଣଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଗ୍ନିଶମ ବାହିନୀ, ପୋଲିସ ଓ ସ୍ଥାନୀୟ ଯୁବକ ଅନ୍ୟ ଜଣଙ୍କୁ ଖୋଜିବାରେ ଲାଗିଛନ୍ତି ।
BREAKING NEWS
- ଏପ୍ରିଲ ୧୦ ପର୍ଯ୍ୟନ୍ତ ବଢିଲା ସିଇଇର ପଞ୍ଜୀକରଣ ଅବଧି
- Expansion Of Ayushman Bharat : ୬୦ରେ ଅବସର…୭୦ରେ ଚିକିତ୍ସା ଅଧିକାର? ଆୟୁଷ୍ମାନ କାର୍ଡ ନେଇ ଅନେକଙ୍କ ଆଶା ଧୂଳିସାତ କଲେ ହାଇକୋର୍ଟ
- ବିଶ୍ୱର କେଉଁଠାରେ ସର୍ବାଧିକ କଣ୍ଡୋମ ତିଆରି ହୁଏ? ଜାଣନ୍ତୁ ଭାରତର ସ୍ଥାନ କେତେ..
- ଶ୍ରୀବିଗ୍ରହଙ୍କ ପଇତା ଲାଗି ନୀତି, ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
- Silence Unknown Callers: WhatsAppରେ ଅଜଣା ନମ୍ବରରୁ ଆସୁଥିବା କଲ୍ ପାଇଁ ଚିନ୍ତିତ କି? ତୁରନ୍ତ କରନ୍ତୁ ଏହି ସେଟିଂ
- Nitish Kumar To Take Oath: ଏହିଦିନ ରାଜ୍ୟସଭା ପାଇଁ ଶପଥ ନେବେ ନୀତିଶ…ସାମ୍ନାକୁ ଆସିଲା ତାରିଖ
- ଓଡ଼ିଆ ଅସ୍ମିତା ପାଇଁ ଦୌଡ଼: ଏକାମ୍ର କ୍ଷେତ୍ରରେ ‘ଐତିହ୍ୟ ମାରାଥନ’ ଅନୁଷ୍ଠିତ
- Iran fires back at Trump: ଆମେରିକାର ୪୮ ଘଣ୍ଟାର ଅଲଟିମେଟମକୁ ଖାତିର କଲାନି ଇରାନ, ଟ୍ରମ୍ପଙ୍କୁ କଲା କଟାକ୍ଷ
- Raghav Chadha Joining BJP? ବିଜେପିରେ ଯୋଗଦେବେ କି ରାଘବ ଚଡ୍ଡା? କଳ୍ପନାଜଳ୍ପନା ଭିତରେ ଆପ ନେତାଙ୍କ ବଡ ଦାବି
- Iran US Isreal War: ଟ୍ରମ୍ପଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ଯୁଦ୍ଧ, ପ୍ରଶ୍ନରେ ଆମେରିକାର ‘ଏୟାର ଡୋମିନାନ୍ସ’ ଦାବି…
Comments are closed.