ମୟୂରଭଞ୍ଜ: ହାତୀ ମୃତ୍ୟୁ ଘଟଣାରେ ନିଲମ୍ବିତ ହେଲେ ୩ ବନ କର୍ମଚାରୀ । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ । ବାରିପଦା ବେତନଟୀ ରେଞ୍ଜର ବନପାଳ ଏବଂ ଦୁଇ ବନରକ୍ଷୀଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ରହିଛି ।
ସୂଚନା ମୁତାବକ, ବେତନଟୀ ବନଞ୍ଚଳରେ ହାତୀମାନେ ବିଭିନ୍ନ ସମୟରେ ଜନବସତି, ରାଜପଥ, ସଡକପଥ ଓ ରେଳପଥ ଉପରେ ଯାତାୟତ କରୁଥିବାବେଳେ ବନବିଭାଗ ଠିକ ଦୃଷ୍ଟି ଦେଇନଥିବାରୁ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।
ନିକଟରେ, ଗତ ଶନିବାର ରାତିରେ ବେତନଟୀ ରେଞ୍ଜରୁ ଏକ ହାତୀ ବାହାରି ଆଗ୍ରିଆ ରେଲୱେ ଫାଟକ ନିକଟରେ ରେଳ ଧାରଣା ଅତିକ୍ରମ କରୁଥିବାବେଳେ ହଠାତ ଶାଲିମାରରୁ ବାରିପଦା ଅଭିମୁଖେ ଯାଉଥିବା ଦ୍ରୁତଗାମୀ ଶାଲିମାର୍-ପୁରୀ ଏକ୍ସପ୍ରେସ ସମ୍ମୁଖରେ ପଡିଯାଇଥିଲା। ଘଟଣାସ୍ଥଳରେ ହିଁ ହାତୀଟିର ଜୀବନ ଚାଲିଯାଇଥିଲା । ଏହି ଘଟଣାରେ ୩ ବନ କର୍ମଚାରୀ ନିଲମ୍ବିତ ହୋଇଛନ୍ତି ।
Comments are closed.