Latest Odisha News

ଫେସବୁକରେ ଚତୁର୍ଥ କରୋନା ପଜିଟିଭ୍ ଆକ୍ରାନ୍ତଙ୍କ ଫଟୋ ଅପଲୋଡ କରି ଭଦ୍ରକରେ ୩ ଗିରଫ

ଭଦ୍ରକ: ଭଦ୍ରକରେ ଜଣେ ଯୁବକ କୋଭିଡ୍‌-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ସୋସିଆଲ୍ ମିଡ଼ିଆରେ ଏହି ରୋଗୀଙ୍କ ଫଟୋ ଅପଲୋଡ଼ କରିବା ଅଭିଯୋଗରେ ପୋଲିସ ଭଦ୍ରକରେ ୩ ଜଣଙ୍କୁ ଗିରଫ କରିଛି ।

ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିିଥିବା ଜଣାପଡ଼ିଛି । ଏହି ବ୍ୟକ୍ତିମାନେ ଓଡ଼ିଶାର ଏହି ଚତୁର୍ଥ କରୋନା ପଜିଟିଭ୍ ଆକ୍ରାନ୍ତଙ୍କ ଫଟୋ ଫେସବୁକରେ ଅପଲୋଡ଼ କରିବା ସହିତ ତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି ।

ଭଦ୍ରକର ଏହି ୨୯ ବର୍ଷ ବୟସ୍କ କରୋନା ପଜିଟିଭ୍ ଆକ୍ରାନ୍ତ ଯୁବକ ଜଣକ ଦୁବାଇରୁ ମାର୍ଚ୍ଚ ୧୮ ତାରିଖରେ ଆସିବା ପରେ ମାର୍ଚ୍ଚ ୩୧ ତାରିଖରେ ନମୁନା ପରୀକ୍ଷାରେ ପଜିଟିଭ୍ ଥିବା ଜଣାପଡ଼ିଥିଲା । ଏବେ ତାଙ୍କୁ କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲର ଆଇସୋଲେସନ ୱାର୍ଡ଼ରେ ରଖାଯାଇଛି । ଏପରିକି ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଆଇସୋଲେସନ ୱାର୍ଡ଼ରେ ରଖାଯାଇ ଚିକିତ୍ସିତ କରାଯାଉଛି ।

Comments are closed.