Latest Odisha News

BREAKING NEWS

ଗଣତନ୍ତ୍ର ଦିବସ ପୂର୍ବରୁ ବିସ୍ଫୋରଣ, ୩ ଆହତ

ଇମ୍ଫାଲ: ଆଜି ଗଣତନ୍ତ୍ର ଦିବସ। ଏହାର ଦିନକ ପୂର୍ବରୁ ଅର୍ଥାତ ଗତକାଲି (ବୁଧବାର) ମଣିପୁରରେ ଏକ ବଡ଼ ବିସ୍ଫୋରଣ ଘଟିଛି।  ଉଖରୁଲ ଜିଲ୍ଲାରେ ଏକ ବିସ୍ଫୋରଣ ହୋଇଛି। ଏଥିରେ ତିନି ଜଣ ଆହତ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ବିସ୍ଫୋରଣରେ ଆହତ ତିନିଜଣ କେଉଁଆଡେ ଯାତ୍ର କରୁଥିଲ ଏହି ସମୟରେ ବିସ୍ଫୋରଣ ଘଟିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଯେଉଁଠାରେ ବିସ୍ଫୋରଣ ଘଟିଥିଲା, ରାସ୍ତାରେ ଏକ ଛୋଟ ଫାଟ ସୃଷ୍ଟି ହୋଇଛି। ବିସ୍ଫୋରଣରେ ଆହତ ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି। ଜଣେ ପୋଲିସ ଅଧିକାରୀଙ୍କ କହିବାନୁସାରେ, ତିନି ଜଣ ଆହତଙ୍କ ମଧ୍ୟରୁ ୪୯ ବର୍ଷ ବୟସ୍କା ମହିଳାଙ୍କ ପେଟରେ ଆଘାତ ଲାଗିଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଅନ୍ୟ ଦୁଇଜଣଙ୍କ ଅବସ୍ଥା ବିପଦପୂର୍ଣ୍ଣ ବୋଲି କୁହାଯାଉଛି।

ପୋଲିସ କହିଛି ଯେ ସନ୍ଧ୍ୟାରେ ଉଖରୁଲ ଜିଲ୍ଲାର ଗାନ୍ଧୀ ଛକରେ ଏହି ବିସ୍ଫୋରଣ ଘଟିଛି। ବର୍ତ୍ତମାନ ବିସ୍ଫୋରଣ ପଛର କାରଣ ଜଣାପଡି ନାହିଁ। କିନ୍ତୁ ହ୍ୟାଣ୍ଡ ଗ୍ରେନେଡ ଦ୍ୱାରା ଏହି ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି। ଉଖରୁଲ ଏସପି ନିଙ୍ଗସେମ୍ ୱାଶୁମ୍ କହିଛନ୍ତି ଯେ ବିସ୍ଫୋରଣ ପରେ ପୋଲିସ ଏବଂ ଅନ୍ୟ ସୁରକ୍ଷା କର୍ମୀମାନେ ସେହି ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ଘଟଣା ପାଇଁ କୌଣସି ଦୁର୍ବୃତ୍ତ କିମ୍ବା ଆତଙ୍କବାଦୀ ସଂଗଠନ ଦାବି କରି ନାହାନ୍ତି।

ପୋଲିସର ସୂଚନାନୁସାରେ, ବିସ୍ଫୋରଣରେ ଆଇଡି ବ୍ୟବହାର କରାଯାଇଛି। ନିକଟରେ ପାର୍କିଂ ହୋଇଥିବା କାରଗୁଡିକର କ୍ଷୟକ୍ଷତି ହୋଇଥିବା ମଧ୍ୟ ସୂଚନା ରହିଛି। ଏବେ ତଦନ୍ତ ଚାଲିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଦୁଇ କିଲୋମିଟର ଦୂରରେ ବୋମା ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା।

 

 

Leave A Reply

Your email address will not be published.