ତେହେରାନ: ଇରାନରେ ହିଜାବକୁ ବିରୋଧ କରି ବହୁ ସଂଖ୍ୟାରେ ବିରୋଧ ପ୍ରଦର୍ଶନ କରାଯାଉଛି । ଦେଶର 22 ବର୍ଷ ବୟସ୍କା ମହିଳା ମହସା ଆମିନିଙ୍କ ମୃତ୍ୟୁକୁ ନେଇ ଏହି ଆନ୍ଦୋଳନ କରୁଛନ୍ତି ମହିଳାମାନେ । ତେବେ ବିରୋଧ ସମୟରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର-ପଶ୍ଚିମ କୁର୍ଦ୍ଦିସ୍ତାନ ପ୍ରଦେଶରେ ବିରୋଧ ବେଳେ ଗୁଳି କରି ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ମହିଳାମାନଙ୍କୁ ଗୁଳି କରି ହତ୍ୟା କିଏ କଲା ତାହା ଜଣାପଡିନାହିଁ ।
ସେଠାକାର ପୋଲିସର କହିବା ଅନୁସାରେ ଜଣେ ବ୍ୟକ୍ତି ଡିଭାଣ୍ଡେରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣଙ୍କୁ ସାକେଜ୍ ଡାକ୍ତରଖାନା ନିକଟରେ ହତ୍ୟା କରାଯାଇଛି । ତୃତୀୟ ମହିଳାଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଛି ।
ଏଠାରେ ସୂଚନାଯୋଗ୍ୟ ପୂର୍ବରୁ ଆମିନି( 22 ବର୍ଷ) ତାଙ୍କ ପରିବାର ସହିତ ତେହେରାନ ଗସ୍ତ କରୁଥିବାବେଳେ ମୋରାଲିଟି ପୋଲିସ ତାଙ୍କୁ ହିଜାବ ଠିକ ଭାବେ ପିନ୍ଧିନଥିବାରୁ ଗିରଫ କରିଥିଲା। କିଛି ସମୟ ପରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ପୋଲିସ କହିଥିଲା । ଆମିନିଙ୍କ ମୃତ୍ୟୁ ପରଠାରୁ ଦେଶରେ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଚାଲିଛି ।
ଆମିନିଙ୍କ ଜନ୍ମ ସହର ସାକ୍କେଜରେ ପ୍ରଥମେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ, ଯେଉଁଠାରେ ତାଙ୍କୁ କବର ଦିଆଯାଇଥିଲା । ପରେ ଏହା କୁର୍ଦ୍ଦିସ୍ତାନର ଅନେକ ସହରକୁ ବ୍ୟାପିଯାଇଛି । ଆମିନିଙ୍କ ମୃତ୍ୟୁକୁ ବିରୋଧ କରି ମହିଳାମାନେ ହିଜାବ ଜାଳିବା ସହ କେଶ କାଟିବା ବିଭିନ୍ନ ଗଣମାଧ୍ୟମରେ ଦେଖାଯାଇଛି ।
BREAKING NEWS
- Republic Day: ପରେଡରେ ଦମ୍ ଦେଖାଇଲେ ଭାରତୀୟ ସେନାର ପଶୁ ଓ ପକ୍ଷୀ
- ଭାରତୀୟ ସୀମାରେ ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ହତ୍ୟା କଲେ ସୁରକ୍ଷାକର୍ମୀ
- Republic Day: କର୍ତ୍ତବ୍ୟପଥରେ ତ୍ରିରଙ୍ଗା ଉଡ଼ାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ଗଣତନ୍ତ୍ର ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
- ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଇନ୍ଦ୍ରଜିତ ସିଂହ ବିନ୍ଦ୍ରାଙ୍କ ପରଲୋକ
- ବାରବାଟୀ ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ
- Republic Day: ଗାନ୍ଧୀ ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ
- Triple Murder: ଗୋଟିଏ ପରିବାରର ୩ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
- ଆସନ୍ତା ୨୮ ତାରିଖରେ ଓଡ଼ିଶା ବନ୍ଦ
- ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ର ପ୍ରଦାନ…
Comments are closed.