ତେହେରାନ: ଇରାନରେ ହିଜାବକୁ ବିରୋଧ କରି ବହୁ ସଂଖ୍ୟାରେ ବିରୋଧ ପ୍ରଦର୍ଶନ କରାଯାଉଛି । ଦେଶର 22 ବର୍ଷ ବୟସ୍କା ମହିଳା ମହସା ଆମିନିଙ୍କ ମୃତ୍ୟୁକୁ ନେଇ ଏହି ଆନ୍ଦୋଳନ କରୁଛନ୍ତି ମହିଳାମାନେ । ତେବେ ବିରୋଧ ସମୟରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର-ପଶ୍ଚିମ କୁର୍ଦ୍ଦିସ୍ତାନ ପ୍ରଦେଶରେ ବିରୋଧ ବେଳେ ଗୁଳି କରି ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ମହିଳାମାନଙ୍କୁ ଗୁଳି କରି ହତ୍ୟା କିଏ କଲା ତାହା ଜଣାପଡିନାହିଁ ।
ସେଠାକାର ପୋଲିସର କହିବା ଅନୁସାରେ ଜଣେ ବ୍ୟକ୍ତି ଡିଭାଣ୍ଡେରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣଙ୍କୁ ସାକେଜ୍ ଡାକ୍ତରଖାନା ନିକଟରେ ହତ୍ୟା କରାଯାଇଛି । ତୃତୀୟ ମହିଳାଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଛି ।
ଏଠାରେ ସୂଚନାଯୋଗ୍ୟ ପୂର୍ବରୁ ଆମିନି( 22 ବର୍ଷ) ତାଙ୍କ ପରିବାର ସହିତ ତେହେରାନ ଗସ୍ତ କରୁଥିବାବେଳେ ମୋରାଲିଟି ପୋଲିସ ତାଙ୍କୁ ହିଜାବ ଠିକ ଭାବେ ପିନ୍ଧିନଥିବାରୁ ଗିରଫ କରିଥିଲା। କିଛି ସମୟ ପରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ପୋଲିସ କହିଥିଲା । ଆମିନିଙ୍କ ମୃତ୍ୟୁ ପରଠାରୁ ଦେଶରେ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଚାଲିଛି ।
ଆମିନିଙ୍କ ଜନ୍ମ ସହର ସାକ୍କେଜରେ ପ୍ରଥମେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ, ଯେଉଁଠାରେ ତାଙ୍କୁ କବର ଦିଆଯାଇଥିଲା । ପରେ ଏହା କୁର୍ଦ୍ଦିସ୍ତାନର ଅନେକ ସହରକୁ ବ୍ୟାପିଯାଇଛି । ଆମିନିଙ୍କ ମୃତ୍ୟୁକୁ ବିରୋଧ କରି ମହିଳାମାନେ ହିଜାବ ଜାଳିବା ସହ କେଶ କାଟିବା ବିଭିନ୍ନ ଗଣମାଧ୍ୟମରେ ଦେଖାଯାଇଛି ।
BREAKING NEWS
- Oxygen Cylinder Blast:ଅନଲୋଡ୍ ବେଳେ ଖସିପଡ଼ିଲା ଅମ୍ଳଜାନ ସିଲିଣ୍ଡର…ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ, ୪ ଆହତ
- Graduate Crisis: ଡିଗ୍ରୀ ଅଛି, କାହିଁକି ନାହିଁ ଚାକିରି? ନୀତି ଆୟୋଗର ବଡ଼ ଖୁଲାସା, ‘ସାର୍ଟିଫିକେଟ୍ ନୁହେଁ, ସ୍କିଲ୍ ହିଁ ଚାକିରିର ଚାବି’!
- ଇରାନର ତୈଳ ଟ୍ୟାଙ୍କର୍ ଉଡ଼ାଇଲା ଆମେରିକା
- ସ୍ତ୍ରୀକୁ ହତ୍ୟା କରି ନାହିଁ କୌଣସି ଅନୁତାପ, ପୁଣିଥରେ ଆଉ ଏକ ହତ୍ୟା କରିବି: ଏଭଳି ଦାବି କରି ଚର୍ଚ୍ଚାରେ ହତ୍ୟାକାରୀ ସ୍ୱାମୀ
- ପିଲାଙ୍କୁ ସୁନା ମୁଦି ଦେବେ ସରକାର…
- Putin-PM Modi meet: BRICS ପୂର୍ବରୁ ମୋଦି-ପୁଟିନଙ୍କ ବଡ଼ ବୈଠକ! ଟେବୁଲ୍ରେ ରହିବ Su-57 ଡିଲ୍, ବ୍ୟବସାୟ ଓ ବିଶ୍ୱ ଶାନ୍ତି
- ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର…ମୋବାଇଲ ଟର୍ଚ୍ଚରେ ଚାଲିଛି ରୋଗୀ ସେବା
- ଆବୁଧାବିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପୁଞ୍ଜି ନିବେଶ ନେଇ ବୈଠକ
- BRICS Summit: ସଜେଇ ହେଉଛି ଦିଲ୍ଲୀ, ଆସିବେ ବିଶ୍ୱର ବଡ଼ ବଡ଼ ନେତା! BRICS ସମ୍ମିଳନୀ ପାଇଁ ରାଜଧାନୀରେ ହାଇଆଲର୍ଟ ସୁରକ୍ଷା
- ୯ ପଞ୍ଚାୟତର ହିତାଧିକାରୀଙ୍କ ଭତ୍ତାରେ ଅନିୟମିତତା; ରାସ୍ତା ଅବରୋଧ କରି ପ୍ରତିବାଦ

Comments are closed.