Latest Odisha News

BREAKING NEWS

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ମୃତ

ବଲାଙ୍ଗିର/ନୟାଗଡ : ବଲାଙ୍ଗିର ଓ ନୟାଗଡ ଜିଲ୍ଲାରେ ବୁଧବାର ଦିନ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି ।

ବଲାଙ୍ଗିର-ସୋନପୁର ୨୬ ନମ୍ବର ଜାତୀୟ ରାଜପଥର ସୁଦପଡା କଲ୍ୟାଣ ମଣ୍ଡପ ନିକଟରେ ୨ଟି ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି।

ମୃତକଙ୍କ ନାମ ସରତାଜ ସିଂ ବୋଲି ଜଣାପଡିଛି । ସେ ପଞ୍ଜାବରୁ କୋଇଲା ବୋଝେଇ ଟ୍ରକ୍ ନେଇ ଝାରସୁଗୁଡା ଅଭିମୁଖେ ଆସୁଥିବା ଜଣାପଡିଛି ।

ସରତାଜଙ୍କ ଟ୍ରକ୍ ଧକ୍କାରେ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ସୁନିଲ କୁମାର ପାତ୍ରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବଲାଙ୍ଗିରର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ସେହିପରି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଶରିଗଣ୍ଡା ନିକଟରେ ଏକ ଘରୋଇ ବସ୍ ଗୋଟିଏ ବାଇକକୁ ଧକ୍କା ଦେବାଫଳରେ ଘଟଣାସ୍ଥଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି।

ଏହି ଘରୋଇ ବସ୍ ଫୁଲବାଣୀ ଅଭିମୁଖେ ଯାଉଥିବା ବେଳେ ଡ୍ରାଇଭର ଜଣକ କୌଣସି କାରଣବଶତଃ ଗାଡିର ଭାରସାମ୍ୟ ହରାଇବାରୁ ଏଭଳି ଅଘଟଣ ଘଟିଥିବା ସୁତ୍ରରୁ ପ୍ରକାଶ ।

ପ୍ରାପ୍ତ ସୂଚନାନୁଯାୟୀ ଦଶପଲ୍ଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି । ଏଥିସହିତ ଉକ୍ତ ବସ୍ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଅଟକ ରଖି ପଚରାଉଚରା କରୁଛି।

Leave A Reply

Your email address will not be published.