Latest Odisha News

BREAKING NEWS

କୁଲଡିହା ଅଭୟାରଣ୍ୟରେ ଗଳିତ ହାତୀ ମୃତଦେହ ଉଦ୍ଧାର

ନୀଳଗିରି : ବାଲେଶ୍ୱର ଜିଲ୍ଲା କୁଲଡିହା ଅଭୟାରଣ୍ୟର ବାଲିଚୁଆ ପାହାଡ଼ ଉପରୁ ବୁଧବାର ଦିନ ବନବିଭାଗ ପକ୍ଷରୁ ଦୁଇଟି ମାଈ ହାତୀର ମୃତଦେହ ଠାବ କରାଯାଇଛି।

ମୃତ ହାତୀର ବୟସ ପାଖାପାଖି ୩୦ ରୁ ୪୦ ବର୍ଷ ହେବ ବୋଲି ସୁତ୍ରରୁ ପ୍ରକାଶ ।

ଏନେଇ ବନ କର୍ମଚାରୀମାନେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଖବର ଦେବା ପରେ ମୁଖ୍ୟ ବନ୍ୟ ସଂରକ୍ଷକ ଓ ସହାୟକ ସଂରକ୍ଷକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଥିସହିତ ତାଙ୍କ ଉପସ୍ଥିତରେ ହାତୀ ୨ଟିର ବ୍ୟବଚ୍ଛେଦ କରାଯାଇଥିବା ଜଣାପଡିଛି ।

ଅନ୍ୟପକ୍ଷରେ ହାତୀ ଦୁଇଟି ଆନ୍ଥ୍ରାକ୍ସ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରିଥିବା ସନ୍ଦେହ ପ୍ରକାଶ କରାଯାଉଛି ବୋଲି ଏସିଏଫ୍ ଲକ୍ଷ୍ମଣ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

Leave A Reply

Your email address will not be published.