Latest Odisha News

ଏପ୍ରିଲ୍ ୮ରୁ +୨ ପରିକ୍ଷା ଖାତା ମୂଲ୍ୟାଙ୍କନ ଆରମ୍ଭ

ଭୁବନେଶ୍ୱର : ରାଜ୍ୟରେ ଯୁକ୍ତ ୨ ପରିକ୍ଷା ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା ଏପ୍ରିଲ୍ ୮ ତାରିଖରୁ ଆରମ୍ଭ ହେବ ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ)ର ଡେପୁଟି କଣ୍ଟ୍ରୋଲର ବିଜୟ କୁମାର ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି “ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ କରାଯିବ । ଏଥିସହିତ ପ୍ରଥମ ପର‌୍ୟ୍ୟାୟରେ ଏପ୍ରିଲ ୮ରୁ ୨୨ ଓ ୨ୟ ପର୍ଯ୍ୟାୟରେ ଏପ୍ରିଲ ୨୩ରୁ ଖାତା ଦେଖା ହେବ। ଉଭୟ ଅଫଲାଇନ୍ ଓ ଅନଲାଇନ୍ ମୂଲ୍ୟାଙ୍କନ ପ୍ରକ୍ରିୟା ଏକସଙ୍ଗେ ଆରମ୍ଭ ହେବ ।

ଶ୍ରୀଯୁକ୍ତ ସାହୁ ଆହୁରି ମଧ୍ୟ କହିଛନ୍ତି, ଆମେ ଏପ୍ରିଲ୍ ଶେଷ ସୁଦ୍ଧା ମୂଲ୍ୟାଙ୍କନ ସମାପ୍ତ ହେବ । ମେ ୩ୟ ସପ୍ତାହ ବେଳକୁ ବିଜ୍ଞାନ ଓ ଜୁନ୍ ପ୍ରଥମ ସପ୍ତାହରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ଘୋଷିତ କରାଯିବ ।

ଡେପୁଟି କଣ୍ଟ୍ରୋଲର ବିଜୟ କୁମାର ସାହୁ ଆହୁରି ମଧ୍ୟ କହିଛନ୍ତି ଏପ୍ରିଲ ମାସରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ଖାତା ମୂଲ୍ୟାଙ୍କନ ପ୍ରକ୍ରିୟାରେ ସାମାନ୍ୟ ପରିବର୍ତ୍ତନ କରିବା ଲାଗି ନିର୍ଣ୍ଣୟ ହୋଇଛି ।

୧୫୫୬ ଜୁନିୟର କଲେଜର ପ୍ରାୟ ୩,୬୯,୫୩୭ ଜଣ ଛାତ୍ର ଚଳିତ ବର୍ଷ ୧୦୯୩ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ଯୁକ୍ତ ୨ ପରୀକ୍ଷା ମାର୍ଚ୍ଚ ୭ ତାରିଖରେ ଆରମ୍ଭ ହୋଇ ମାର୍ଚ୍ଚ ୩୦ ତାରିଖରେ ସପନ୍ନ ହୋଇଥିଲା ।

Leave A Reply

Your email address will not be published.