Latest Odisha News

BREAKING NEWS

ରାଉରକେଲାରେ କୋଭିଡ ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହ୍ଵାଟ୍ସଆପ ନମ୍ବର ଜାରି

ରାଉରକେଲା: କୋଭିଡ ନିୟମ ଖିଲାପ କରୁଥିଲେ ସାବଧାନ । ଘରୁ ବାହାରିଲେ ଯଦି ମାସ୍କ ପିନ୍ଧ ନାହାନ୍ତି, ସାମାଜିକ ଦ୍‌ୂରତ୍ୱ ମାନୁନାହାନ୍ତି କି ଆବଶ୍ୟକ ସ୍ଥଳେ ହାତ ସାନିଟାଇଜ କରୁନାହାନ୍ତି ତେବେ ଅସୁବିଧାରେ ପଡିପାରନ୍ତି । କାରଣ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ ହ୍ୱାଟସ୍ ଆପ୍ ନମ୍ବର ଜାରି ହୋଇଛି ।

ଏହି ନମ୍ବରଟି ହେଉଛି ୭୮୪୬୮୦୬୦୩୫ । ଯଦି କୌଣସି ଦୋକାନ, ମାର୍କେଟ କମ୍ପ୍ଲେକ୍ସ ବା ମଲରେ କେହି କୋଭିଡ ନିୟମ ପାଳନ କରୁନଥିବା ନେଇ କାହା ନଜରକୁ ଆସେ, ତେବେ ତାହାର ଫଟୋ ଉଠାଇ କିମ୍ବା ଭିଡିଓ କରି ମହାନଗର ନିଗମର ଏହି ସ୍ୱତନ୍ତ୍ର ହ୍ଵାଟ୍ସଆପ ନମ୍ବରକୁ ପଠାଇପାରିବେ । ନିଗମ କର୍ତ୍ତୃପକ୍ଷ ଉକ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନେବାରେ ସଫଳ ହୋଇପାରିବେ ବୋଲି କୁହାଯାଇଛି। ଫଟୋ ବା ଭିଡିଓ ପଠାଇବା ବେଳେ ସମ୍ପୃକ୍ତ ଅଂଚଳର ନାମ ଓ ବ୍ୟବସାୟିକ ପ୍ରତିଷ୍ଠାନର ନାଁ ଲେଖିବାକୁ ଅନୁରୋଧ କରାଯାଇଛି।

ପୂର୍ବରୁ ଭୁବନେଶ୍ୱରରେ କମିଶନରେଟ୍ ପୋଲିସ ପକ୍ଷରୁ ଏପରି ଏକ ହ୍ୱାଟସ୍ ଆପ୍ ନମ୍ବର ଜାରି କରାଯାଇଛି ।

Leave A Reply

Your email address will not be published.