Latest Odisha News

BREAKING NEWS

ଗୋଟିଏ ପରିବାରର ତିନି ମୃତ; କାରଣ ଅସ୍ପଷ୍ଟ

ରାଜନଗର: ଗୋଟିଏ ପରିବାରର ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମା’ ଓ ପୁଅର ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି । ମହିଳାଙ୍କ ସ୍ୱାମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ରାଜେନ୍ଦ୍ରନଗର ଗାଁରେ ।

ମୃତକଙ୍କ ପରିଚୟ ମିଳିଛି । ସେମାନେ ହେଲେ ମାଆ ଜୟନ୍ତୀ ମଣ୍ଡଳ(୪୫), ପୁଅ ପରୀକ୍ଷିତ (୨୭)  ଓ ତାଙ୍କ ସ୍ୱାମୀ ଶ୍ରୀଦାମ ମଣ୍ଡଳ(୫୩) । ଆଜି ସକାଳେ ଗାଁ ଲୋକେ ଶ୍ରୀଦାମଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସମସ୍ତେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହି ଘଟଣା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।

Leave A Reply

Your email address will not be published.