Latest Odisha News

BREAKING NEWS

ଅନନ୍ତ-ରାଧିକା ପ୍ରି-ୱେଡିଙ୍ଗ: ଝୁମିଲା ମଞ୍ଚ, ଏକା ସାଙ୍ଗରେ ଷ୍ଟେଜରେ ନଜର ଆସିଲେ ୩ ଖାନ୍

ମୁମ୍ବାଇ: ଧୁମଧାମରେ ଚାଲିଛି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟର ପ୍ରି-ୱେଡିଙ୍ଗ ସେଲିବ୍ରେସନ । ସେଲିବ୍ରେସନ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସେଲିବ୍ରେସନର ଦ୍ଵିତୀୟ ଦିନରେ ସଂଗୀତ୍ ଏବଂ ଗରୱା ନାଇଟର ଆୟୋଜନ କରାଯାଇଥିଲା । ସେଲିବ୍ରିଟିଙ୍କ ନାଚ ଗୀତରେ ଝୁମି ଉଠିଥିଲା ପୁରା ମଞ୍ଚ । କିନ୍ତୁ ଏହାରି ଭିତରେ ସେଲିବ୍ରେସନ ନାଇଟକୁ ଆହୁରି ସ୍ଵତନ୍ତ କରିଥିଲେ ତିନି ଖାନ୍ । ଗୋଟିଏ ମଞ୍ଚରେ ନଜର ଆସିଥିଲେ ସଲମାନ ଖାନ୍, ମିର ଖାନ୍ ଓ ଶାହାରୁଖ୍ ଖାନ୍ । ସେମାନଙ୍କ ନୃତ୍ୟ ପରିବେଷଣ ମଞ୍ଚରେ ନିଆଁ ଲଗାଇ ଦେଇଥିଲା।

ଶାହାରୁଖ ଖାନ, ସଲମାନ ଖାନ ଏବଂ ଆମୀର ଖାନ ମଞ୍ଚରେ ଏକାଠି ନୃତ୍ୟ କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଥିଲେ। ସେ RRR ଚଳଚ୍ଚିତ୍ରର ଓସ୍କାର ବିଜେତା ନାଟୁ-ନାଟୁରେ ନାଚିଥିଲେ । ପ୍ରଥମେ ସେମାନେ ଗୀତର ଅରଜିନାଲ ଷ୍ଟେପ୍ ଗୁଡ଼ିକୁ କପି କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାପରେ ସେହି ତିନି ଜଣ ନିଜ ଷ୍ଟାଇଲରେ ଗୋଟେ ଗୋଟେ ଷ୍ଟେପ୍ ଦେଖାଇ ନାଚିଥିଲେ । ତିନିଜଣଯାକ ସେମାନଙ୍କର ଆଇକନିକ୍ ଡ୍ୟାନ୍ସ ଷ୍ଟେପ୍ କରିଥିଲେ |

 

View this post on Instagram

 

A post shared by Manav Manglani (@manav.manglani)

ସଲମାନ ଖାନ ‘ଜିନେ କା ହେ ଚାର୍ ଦିନ୍’ ଗୀତର ଟାୱେଲ୍ ଷ୍ଟେପ୍, ଆମୀରଙ୍କୁ ‘ଆପନି ତୋ ପାଠଶାଳା’ ର ହୁକ୍ ଷ୍ଟେପ୍ ଏବଂ ଶାହାରୁଖଙ୍କୁ ତାଙ୍କର ଆଇକନିକ୍ ଷ୍ଟେପ୍ କରୁଥିବା ଦେଖିବାକୁ ମିଳିଥିଲା ​​| ସୋସିଆଲ ମିଡିଆରେ ତାଙ୍କର ଡ୍ୟାନ୍ସ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକମାନଙ୍କୁ ତିନି ଖାନଙ୍କ କେମେଷ୍ଟ୍ରୀ ବହୁତ ପସନ୍ଦ ଆସୁଛି । ଏହା ବ୍ୟତୀତ ଶାହାରୁଖ ଖାନ ଏକାକୀ ‘ପଠାନ’ ଚଳଚ୍ଚିତ୍ରର ‘ଝୁମେ ଯୋ ପଠାନ’ ଗୀତରେ ନାଚୁଥିବା ଦେଖିବାକୁ ମିଳିଥିଲା । ସଲମାନ ଖାନ ମଧ୍ୟ ତାଙ୍କର ଲୋକପ୍ରିୟ ଗୀତଗୁଡ଼ିକରେ ଏକାକୀ ନୃତ୍ୟ ପ୍ରଦର୍ଶନ କରିଥିଲେ |

ଦିଲଜିତ ଦୋସାଞ୍ଜ ମଧ୍ୟ ସଂଗୀତ୍ ନାଇଟରେ ତାଙ୍କ ଚାର୍ଟବଷ୍ଟର ଗୀତରେ ନାଚୁଥିବା ଦେଖିବାକୁ ମିଳିଥିଲା। ଦିଲଜିତଙ୍କ ସହ ଶାହାରୁଖ, ସୁହାନା ଖାନ, ଅନନ୍ୟା ପାଣ୍ଡେ, ଶନାୟା କପୁର ଏବଂ ନବ୍ୟା ନବେଲି ନନ୍ଦା ମଧ୍ୟ ନାଚିଥିଲେ । ସେହିପରି ବଲିଉଡର ସମସ୍ତ ସେଲିବ୍ରିଟି ସେମାନଙ୍କର ନୃତ୍ୟ ଦକ୍ଷତା ପ୍ରଦର୍ଶନ କରିଥିଲେ | ଅନନ୍ୟା ପାଣ୍ଡେ, ଜାନଭୀ କପୁର, ଖୁସି କପୁର, ମନୀଷ ମଲହୋତ୍ରା, ସାରା ଅଲି ଖାନଙ୍କୁ ମଧ୍ୟ ମଞ୍ଚରେ ଏକାଠି ଦେଖିବାକୁ ମିଳିଥିଲା । ସେ ‘ବୋଲେ ଚୁଡିଆ ବୋଲେ କଙ୍ଗନା’ ଗୀତରେ ଏକାଠି ନାଚୁଥିବା ଦେଖିବାକୁ ମିଳିଥିଲା ।

 

View this post on Instagram

 

A post shared by Manav Manglani (@manav.manglani)

ଅନ୍ୟପଟେ ଗର୍ଭବତୀ ଥିବା ସତ୍ତ୍ଵେ ମଧ୍ୟ ପଛରେ ରହିନାହାଁନ୍ତି ଦୀପିକା ପଦୁକୋନ । ଦୀପିକା ତାଙ୍କ ସ୍ୱାମୀ ରଣବୀର ସିଂଙ୍କ ସକ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଏହି ଦମ୍ପତି ‘ନଗାଡା ସଙ୍ଗ ଢୋଲ’ ଏବଂ ‘ଗଲ୍ଲା ଗୁଡିୟାଁ’ରେ ନାଚିଥିବା ଦେଖିବାକୁ ମିଳିଛି । ଏହା ସହ ଦୁହେଁ ଏକାଠି ଗରୱା ଡ୍ୟାନ୍ସ ମଧ୍ୟ କରିଥିଲେ ।

 

View this post on Instagram

 

A post shared by Saas Bahu Aur Saazish (@sbsabpnews)

Leave A Reply

Your email address will not be published.