Latest Odisha News

ଚହଲଙ୍କୁ କାନ୍ଧରେ ପକାଇ ବୁଲାଇଲେ ରେସଲର ସଙ୍ଗୀତା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କୁ କାନ୍ଧରେ ପକାଇ ମହିଳା ରେସଲର ସଙ୍ଗୀତା ଫୋଗଟ ବୁଲାଇବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ମଜାଦାର ଭିଡିଓ ଶୁଟ କରିବା ପରେ ଚହଲଙ୍କ ମୁଣ୍ଡ ବୁଲାଇ ହୋଇ ଯାଇଥିଲା । ଉଭୟ ଅବଶ୍ୟ ମଜା ପାଇଁ ଏହା କରିଥିଲେ । ଚହଲ ଭାବି ନ ଥିଲେ ସଙ୍ଗୀତା ଏତେ ସହଜରେ ତାଙ୍କୁ ଟେକି କାନ୍ଧରେ ପକାଇ ବୁଲାଇବେ । ସେ ବୁଲାଉଥିବା ବେଳେ ଚହଲ ତାଙ୍କୁ ରହିବାକୁ ଅନୁରୋଧ କରିବା ପରେ ସେ ଓହ୍ଲାଇଥିଲେ । ସୂଚନାଯୋଗ୍ୟ, ନିକଟରେ ବିସିସିଆଇ ପକ୍ଷରୁ ଜାରୀ କରାଯାଇଥିବା ସେଂଟ୍ରାଲ କଂଟ୍ରାକ୍ଟରୁ ଚହଲ ବାଦ ପଡିଛନ୍ତି ।

ଅବଶ୍ୟ ତାଙ୍କୁ ବାଦ ଦେବା ନେଇ ଅନେକ ବରିଷ୍ଠ କ୍ରିକେଟର ଆଶ୍ଚର୍ଯ୍ୟ ବ୍ୟକ୍ତ କରିଥିଲେ । ପୂର୍ବରୁ ଈଶାନ କିଶାନ ଓ ଶ୍ରେୟାଶ ଆୟାର ମଧ୍ୟ ଏହି ତାଲିକାରୁ ବାଦ ପଡି ସାରିଛନ୍ତି । ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ସୋସିଆଲ ମିଡିଆରେ ରିଲ୍ସ କରି ବେଶ ଲୋକପ୍ରିୟ ହୋଇ ଉଠିଛନ୍ତି । ସେମାନଙ୍କର ଅନେକ ପ୍ରଶଂସକ ରହିଛନ୍ତି ।

Leave A Reply

Your email address will not be published.