Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ତ୍ରୁଟିକୁ ନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ କମିଟି ଗଠନ

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ରାଜନୈତିକ ମାହଲ ସରଗରମ ହେବାରେ ଲାଗିଛି । ଗୋଟେପଟେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ପଞ୍ଜାବ ସରକାରଙ୍କୁ ଟାର୍ଗେଟ କରୁଛି ବିଜେପି । ଅନ୍ୟପଟେ ପଞ୍ଜାବ ସରକାର କହିଛନ୍ତି କି ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ହୋଇନାହିଁ । ତେବେ ଏହାରି ମଧ୍ୟରେ ବିଭିନ୍ନ ଗଣମାଧ୍ୟମରେ ଭଳିକି ଭଳି ଚର୍ଚ୍ଚା ଯୋର ଧରିଛି । ଅନ୍ୟପଟେ ଏହି ଘଟଣାକୁ ନେଇ ଗୃହମନ୍ତ୍ରଣାଳୟରୁ ସାମ୍ନାକୁ ଆସିଛି ନୂଆ ଖବର ।

ପଞ୍ଜାବ ଗ୍ରସ୍ତରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତର ଅସୁବିଧାକୁ ତଦନ୍ତ କରିବା ପାଇଁ ଏକ କମିଟି ଗଠନ କରାଯାଇଥିବା ନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ତତକାଳୀନ ସମୟରେ ଫିରୋଜପୁରରେ କେଉଁଭଳି ସ୍ଥିତି ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ ବାଧା ସୃଷ୍ଟି ହୋଇଥିଲା, ଏଥିପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ କେତେ ଦୂର ଦାୟୀ, ସେ ନେଇ ଏକ ସ୍ୱତନ୍ତ୍ର ଟିମ୍ ଯାଞ୍ଚ କରିବ ।

ଗୃହମନ୍ତ୍ରଣାଳୟ କମିଟିରେ ୩ଜଣ ସଦସ୍ୟ ଥିବା ଜଣା ପଡ଼ିଛି । କ୍ୟାବିନେଟ୍ ସେକ୍ରେଟେରିଏଟର ସୁରକ୍ଷା ସଚିବ ସୁଧୀର କୁମାର ସକ୍ସେସେନା କମିଟିର ନେତୃତ୍ୱ ନେଇଥିବା ବେଳେ ଇଣ୍ଟେଲିଜେନ୍ସ ବ୍ୟୁରୋ ଯୁଗ୍ମ ନିର୍ଦ୍ଦେଶକ ବଲ୍ବିର ସିଂ ଓ ସ୍ପେଶାଲ ପ୍ରକେଟକ୍ସନ ଗ୍ରୁପର ଆଇଜି ଏସ୍ ସୁରେଶ ମଧ୍ୟ ଏହି କମିଟିରେ ସାମିଲ ଅଛନ୍ତି ।

Leave A Reply

Your email address will not be published.