Latest Odisha News

BREAKING NEWS

ଭୁବନେଶ୍ୱର ଚିନ୍ତାମଣିଶ୍ୱରରେ ଚାଞ୍ଚଲ୍ୟ : ୧୫ମାସର ଶିଶୁକୁ ହତ୍ୟା ପରେ ବାପା-ମା’ଙ୍କ ଆତ୍ମହତ୍ୟା

ଭୁବନେଶ୍ୱର  : ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଚାଞ୍ଚଲ୍ୟ । ୧୫ମାସର ଶିଶୁକନ୍ୟାକୁ ହତ୍ୟା ପରେ ବାପା-ମା’ଙ୍କ ଆତ୍ମହତ୍ୟା ।

ମୃତକ ତୁଷାର ରାଜେନ୍ଦ୍ର ଜଗତପ ଓ ପତ୍ନୀ ନିଲା ତୁଷାର ଜଗତପ୍‌ । ଥିବା ବେଳେ ଶିଶୁର ବୟସ ୧୫ ମାସ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ମହାରାଷ୍ଟ୍ରର ବାସିନ୍ଦା ହେଉଛନ୍ତି ତୁଷାର ରାଜେନ୍ଦ୍ର ଜଗତପ । ସେ ଅଶୋକ ନଗରର ଏକ ହୋଟେଲରେ ରହି କାମ କରୁଥିଲେ। ତୁଷାରଙ୍କ ବାପା ସାବତ ମାଙ୍କ ନାଁରେ ମହାରାଷ୍ଟ୍ରରେ ଥିବା ସବୁ ଜମିବାଡି କରାଇ ଦେଇଥିବାରୁ ତୁଷାର ଏଭଳି ଚରମ ନିଷ୍ପତ୍ତି ନେଇଥିବା ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.