Latest Odisha News

BREAKING NEWS

ବରଗଡ଼, ସୋନପୁର ଓ ବଲାଙ୍ଗୀରରେ ଝଡ଼ପବନ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ରାଜ୍ୟର ତିନୋଟି ଜିଲ୍ଲା ବରଗଡ଼, ସୋନପୁର ଏବଂ ବଲାଙ୍ଗୀର ଜିଲ୍ଲାରେ ଝଡ଼ପବନ, ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସତର୍କ ସୂଚନା ଜାରି ହୋଇଛି ।

ଏହି କାଳବୈଶାଖୀ ବଲାଙ୍ଗୀରର ଅଗଲପୁର ଓ ଲୋଇସିଂହା; ବରଗଡ଼ ଜିଲ୍ଲାର ଗାଇସିଲଟ, ବିଜେପୁର, ବରପାଲି, ସୋହେଲା, ଭେଡ଼େନ ଏବଂ ବରଗଡ଼; ସୋନପୁର ଜିଲ୍ଲାର ଡୁଙ୍ଗୁରୀପାଲି, ବିନିକା ଏବଂ ସୋନପୁରରେ ଅନୁଭୁତ ହେବାର ସମ୍ଭାବନା ରହିଛି ବୋଲି ଏହି ସତର୍କ ସୂଚନାରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.