Latest Odisha News

ମୋଦିଙ୍କ କ୍ୟାବିନେଟରେ ସାମିଲ ହେଲେ ଓଡ଼ିଶାର ୩ ସାଂସଦ

ଭୁବନେଶ୍ୱର : ମୋଦିଙ୍କ କ୍ୟାବିନେଟରେ ସାମିଲ ହେଲେ ଓଡ଼ିଶାର ୩ ସାଂସଦ | ଓଡିଶାରୁ ଏଥିରେ ସାମିଲ ଅଛନ୍ତି ବିଜେପି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ୬ଷ୍ଠ ଥର ପାଇଁ ସୁନ୍ଦରଗଡ଼ରୁ ସାଂସଦ ହୋଇଥିବା ଜୁଏଲ ଓରାମ ଓ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ |

ପୁଣି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି | ଏହା ସହିତ ଆରମ୍ଭ ହେଲା ମୋଦି ସରକାରଙ୍କର ତୃତୀୟ ପାଳି | ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଶପଥ ନେଇଛନ୍ତି ୭୨ ଜଣ କ୍ୟାବିନେଟ ମନ୍ତ୍ରୀ | ଏହା ଭିତରୁ ୩୦ ଜଣ ପୂର୍ବ କ୍ୟାବିନେଟ ମନ୍ତ୍ରୀ ରହିଥିବା ବେଳେ ୫ ଜଣ ସ୍ୱାଧୀନ ପ୍ରାର୍ଥୀ ଏବଂ ୩୬ ଜଣ ରାଜ୍ୟମନ୍ତ୍ରୀ ରହିଛନ୍ତି | ସେମାଙ୍କ ମଧ୍ୟରୁ ୯ ଜଣ ନୂଆ ଚେହେରା |

ଏଥର ଓଡ଼ିଶାରେ ବଡ ବିଜୟ ହାସଲ କରିଛି ବିଜେପି | ୨୪ ବର୍ଷର ନିରଙ୍କୁଶ ସରକାରଙ୍କୁ ଧରାଶାୟୀ କରି ଓଡ଼ିଶାର ମଙ୍ଗ ଏବେ ବିଜେପି ଧରିଛି | ମୋଟ ୭୪ ବିଧାୟକ ଓ ୨୦ ସାଂସଦଙ୍କୁ ବିଜେପିକୁ ଭେଟି ଦେଇଛନ୍ତି ଓଡ଼ିଶାବାସୀ | ଏହାରି ମଧ୍ୟରେ ମୋଦି କ୍ୟାବିନେଟରେ ସ୍ଥାନ ପାଇଛନ୍ତି ଓଡ଼ିଶାର ୩ ସାଂସଦ | ଓଡିଶାରୁ ଏଥିରେ ସାମିଲ ଅଛନ୍ତି ବିଜେପି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ୬ଷ୍ଠ ଥର ପାଇଁ ସୁନ୍ଦରଗଡ଼ରୁ ସାଂସଦ ହୋଇଥିବା ଜୁଏଲ ଓରାମ ଓ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ |

ତେବେ ୨୦୧୯ କ୍ୟାବିନେଟରୁ ୨ ଜଣ ସାଂସଦ ଓ ଜଣେ ରାଷ୍ଟ୍ରମନ୍ତ୍ରୀ କ୍ୟାବିନେଟ କୁ ମନୋନୀତ ହୋଇଥିବା ବେଳେ ଚଳିତ ବର୍ଷ ଅର୍ଥାତ ୨୦୨୪ରେ ୩ ଜଣ ସାଂସଦ କ୍ୟାବିନେଟକୁ ମନୋନୀତ ହୋଇଛନ୍ତି |

Leave A Reply

Your email address will not be published.