Latest Odisha News

BREAKING NEWS

ଯାତ୍ରା ଦେଖି ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, ୩ ବାଇକ୍ ଆରୋହୀ ମୃତ

ସୁନ୍ଦରଗଡ଼: ଯାତ୍ରା ଦେଖି ଫେରିବାବେଳେ ମର୍ମନ୍ତୁଦ ଦୁର୍ଘଟଣା। ଚାଲିଗଲା ୩ ଜୀବନ। ସୁନ୍ଦରଗଡ଼ ବଡଗାଁ ଥାନା ମରିଚିମୁଣ୍ଡା ନିକଟରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି।

ଗତକାଲି ଭୋର ପ୍ରାୟ ୩ଟା ସମୟରେ ରାମନବମୀ ଯାତ୍ରା ଦେଖି ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା। ୩ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା ଅଜଣା ଗାଡ଼ି। ମୃତକମାନେ ବିରତୁଲା ଗାଁର ବୋଲି ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Comments are closed.