Latest Odisha News

BREAKING NEWS

ଭୋଟ୍ ବାକ୍ସ ଆଣିଲା ବେଳେ ଓଲଟିଲା ଜିପ୍, ୩ ଆହତ

କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଭୋଟ ସାରି ଫେରୁଥିବା ସମୟରେ ଏକ କମାଣ୍ଡର ଜିପ ଓଲଟି ପଡ଼ିଥିଲା । ଜିପ୍ ଓଲଟି ପଡିବାରୁ ଜିପରେ ଥିବା ୩ ଜଣ ପୋଲିଂ ପାର୍ଟିର କର୍ମଚାରୀ ଆହତ ହୋଇଛନ୍ତି। ବ୍ଲକର ପିପଳପଦର ପଞ୍ଚାୟତର କେସ୍କାପାଡି ଠାରେ ନିର୍ବାଚନ ସାରି ଫେରୁଥିବା ଜିପ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

BjdElectrycity

ପୁସ୍ପରାଜ ଶବର, ଡ୍ରାଇଭର ସେଣ୍ଡା ହିମିରିକା ଓ କନଷ୍ଟେବଳ ଏମ୍ ହିମିରିକା ଏହି ଦୁର୍ଘଟଣାରେ ଗରୁତର ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପ୍ରଶାସନିକ କର୍ମଚାରୀ ଓ ପୁଲିସ କର୍ମୀ ପହଞ୍ଚି ଥିଲେ। ଘଟଣାସ୍ଥଳରୁ ୩ ଜଣଙ୍କୁ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା ପରେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଛି। ପୁଲିସ ଓ ପ୍ରଶାସନ ଭୋଟ୍ ବାକ୍ସ ଆଣିବାର ବ୍ୟବସ୍ଥା କରିଥିଲେ।

Comments are closed, but trackbacks and pingbacks are open.