Latest Odisha News

BREAKING NEWS

ଶାନ୍ତନୁ, ଧୂପରଙ୍କ ଚମତ୍କାର ବ୍ୟାଟିଂ : ମ୍ୟାଚ ଡ୍ର ରଖିଲା ଓଡିଶା

ଭୁବନେଶ୍ୱର: ଅହମ୍ମଦାବାଦରେ ଅନୁଷ୍ଠିତ ଗୋଆ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ଶାନ୍ତନୁ ମିଶ୍ରଙ୍କ ଶତକ (୧୦୩) ଓ ରାଜେଶ ଧୂପର(୫୨)ଙ୍କ ଅର୍ଦ୍ଧଶତକ ଚବଳରେ ଓଡିଶା ମ୍ୟାଚ ଡ୍ର ରଖିବାରେ ସଫଳ ହୋଇଛି । ପ୍ରଥମ ଇନିଂସରେ ଓଡିଶା ଅଗ୍ରଣୀ ରହିଥିବାରୁ ଗୁରୁତ୍ୱପୂର୍ଣ୍ଣ ୩ ପଂଏଟ ହାସଲ କରିଛି । ୩୮୭ ରନର ଟାର୍ଗେଟକୁ ପିଛା କରି ଅନ୍ତିମ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ୭ ୱିକେଟ ବିନିମୟରେ ୨୩୯ ରନ କରିବାକୁ ସକ୍ଷମ ହୋଇଥିଲା ।

ପୂର୍ବରୁ ଗୋଆର ପ୍ରଥମ ଇନିଂସ ସ୍କୋର ୧୮୧ ରନ ଜବାବରେ ଓଡିଶା ୧୮୯ ରନ କରିଥିଲା । ଦ୍ୱିତୀୟ ଇନିଂସରେ ଗୋଆ ୫ ୱିକେଟ ହରାଇ ୩୯୪ ରନ କରି ଇନିଂସ ଘୋଷଣା କରିଥିଲା । ପ୍ରଭାବୀ ପ୍ରଦର୍ଶନ ପାଇଁ ଧୂପରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା ।

Comments are closed, but trackbacks and pingbacks are open.