ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ଦେଖ ଦେଇଛି ନକ୍ସଲ ହିଂସା। ଯବାନଙ୍କ ଗୁଳିର ସାମ୍ନା କରିନପାରି ନକ୍ସଲ ମୃତ୍ୟୁବରଣ ସହ ଲୁଚି ଛପି ପଳାୟନ କରୁଥିବା ସୂଚନା ମିଳିଛି। ଅନ୍ୟପଟେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଜଙ୍ଗଲର ବିଭିନ୍ନ ସ୍ଥାନରେ ଲୁଚି ରହୁଛନ୍ତି ନକ୍ସଲ । ଏହା ସହିତ ରାସ୍ତାରେ ଲ୍ୟାଣ୍ଡମାଇନ ଖଞ୍ଜି ପଛରୁ ମଧ୍ୟ ଆକ୍ରମଣ କରୁଛନ୍ତି।
ମଙ୍ଗଳବାର ମାଲକାନଗିରି ପୁଲିସ ଏବଂ ୨୩୧ ସିଆରପିଏଫ ବାଟାଲିୟନର ଯବାନ କିରନ୍ଦୁଲ ଥାନା ଅନ୍ତର୍ଗତ ପୁରଙ୍ଗେଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ଏହି ସମୟରେ ଯବାନଙ୍କୁ ଦେଖି ଅତର୍କିତ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ ନକ୍ସଲ । ଏହି ବିସ୍ଫୋରଣରେ ୩ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି।
ଆହତ ୩ ଯବାନଙ୍କ ମଧ୍ୟରୁ ପ୍ରମୋଦ କୁମାରଙ୍କର ଗୋଡ ଓ ଶରୀରର ବହୁ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ଗୁରୁତର ଭାବେ ଆହତ ହୋଇଥିବା ତିନି ଯବାନଙ୍କୁ ତୁରନ୍ତ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ କଡାକଡି କରିଛନ୍ତି ଯବାନ।
Comments are closed.